ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୫*

*ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ*
ପାରଳାଖେମୁଣ୍ଡି,ତା.୩୧.୦୩.୨୦୨୫
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ-୨୦୨୫ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ,ପାରଳାଖେମୁଣ୍ଡି ଠାରେ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଅନୁପ ପଣ୍ଡା, ଉପ-ଜିଲ୍ଲାପାଳ, ପାରଳାଖେମୁଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଲୋକନାଥ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ନୂଆଗଡ, ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମୁର୍ମୁ , ନିର୍ବାହୀ ଅଧିକାରୀ, ପୌରପରିଷଦ, ପାରଳାଖେମୁଣ୍ଡି, ଶ୍ରୀମତୀ ପି.ସୁନିତା, ପରିଚାଳିକା, SWWS ସ୍ଵେଛା ସେବୀ ସଂଗଠନ, ଜସ୍ମିନ ଶେଖ ଓ ମଧୁ ବରାଡ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯକ୍ରମରେ ତୃତୀୟ ଲିଙ୍ଗୀଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଓ ଅଧିନୀୟମର ଆଲୋଚନା ଚକ୍ର ହୋଇଥିଲା । ଏହି କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ, ଜିଲ୍ଲା ଓ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀବୃନ୍ଦ, ସ୍ଵେଛାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।