April 2, 2025

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି ..

Share

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ତରଫରୁ ମାର୍ଚ୍ଚ୩୦ ରବିବାର ଦିନ ରାଷ୍ଟ୍ରୀୟ ନବବର୍ଷ ବା ହିନ୍ଦୁ ନବବର୍ଷ ମହାଡ଼ମ୍ବର ସହକାରେ ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳନ କରାଯାଇଛି l ସନ୍ଧ୍ୟା ଚାରିଟା ସମୟରେ ସିଂହଦ୍ୱାର ସମୁଖରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦୀପଦାନ ପୂର୍ବକ ଟାଉନଥାନା ସମ୍ମୁଖରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁରୀ ନଗରର ଆଦିତ୍ୟ ବାହିନୀ, ଗାୟତ୍ରୀ ଶକ୍ତିପୀଠ, ପ୍ରଜାପିତା ବ୍ରହ୍ମକୁମାରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ବଜରଙ୍ଗ ଦଳ, ରାଷ୍ଟ୍ର ସେବିକା ସମିତି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ୱହିନ୍ଦୁ ପରିଷଦ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ( ଘୋଡାବଜାର, ମଧୁବନ, ହରଚଣ୍ଡୀ ସାହି, ମାରୁତି ନଗର, ଚୁଡ଼ଙ୍ଗ ସାହି ) ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀମାନେ ସାମିଲ ହୋଇଥିଲେ l ଶୋଭାଯାତ୍ରା ସନ୍ଧ୍ୟା ୫ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥିଭାବେ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ଆରଏସଏସ ସଂଘର ପୂର୍ବପ୍ରାନ୍ତ କାର୍ଯ୍ୟବାହ ଅନିଲ କୁମାର ମିଶ୍ର ଯୋଗଦାନ କରିଥିଲେ l ସମ୍ମାନିତ ଅତିଥିଭାବେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, କୃପାସିନ୍ଧୁ ସାହୁ, ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ l ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତିର ସଭାପତି ମହାବୀର ରୁଦ୍ର ନାରାୟଣ ସାହୁ ଓ ସମ୍ପାଦକ ଅରବିନ୍ଦ ଶତପଥୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବିକାଶ ଦତ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ନବବର୍ଷ ଉର୍ତ୍ସବ ପାଳନ ରେ ବୈଜ୍ଞାନିକ କାରଣ ସୃଷ୍ଟି ଆରମ୍ଭରୁ ବ୍ରହ୍ମାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୁଗାବ୍ଦ ବିଷୟରେ ବକ୍ତାମାନେ ନିଜନିଜର ମତ ପ୍ରଦାନ କରିଥିଲେ l ପ୍ରକୃତ ହିନ୍ଦୁ ନବବର୍ଷ ପାଳନର ଯଥାର୍ଥତାକୁ ନେଇ ଅନେକ ମୂଲ୍ୟବାନ ତଥ୍ୟ ଲୋକଲୋଚନକୁ ଆଣିବାର ଆବଶ୍ୟକତା ବୋଲି ମତପ୍ରକାଶ ପାଇଥିଲା l ସର୍ବଶେଷରେ ରଞ୍ଜନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ