April 2, 2025

ସୁବର୍ଣ୍ଣପୁର ରେ ଦେବାଙ୍ଗ ସଂପ୍ରଦାୟ ପକ୍ଷରୁ “ଉଗାଦି”ପାଳିତ

Share

 

ସୁବର୍ଣ୍ଣପୁର ୩୧.୦୩ ଭାରତୀୟ ସଂସ୍କୃତି ଓ ସଭ୍ୟତା ତଥା ଜାତୀୟତାକୁ ରୁଦ୍ଧିମନ୍ତ କରି ରଖିଥିବା ତେଲଗୁ ସମ୍ପ୍ରଦାୟ ପକ୍ଷରୁ ତେଲଗୁ ନବବର୍ଷ ଉଗାଦି ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଯାଇଛି । ସ୍ଥାନୀୟ ଢେରାପଡା ଠାରେ ରହିଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ର ଆବାଳବୃଦ୍ଧ ବନିତା ଙ୍କ ଦ୍ୱାରା ଏହାକୁ ପାଳନ କରାଯାଇ ଦେଶ ତଥା ମାନବ ଜାତିର ମଙ୍ଗଳ ପାଇଁ ସଂକଳ୍ପ ନିଆଯାଇଥିଲା । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଡ଼୍ରଇଂ, ରଙ୍ଗୋଲି, ମ୍ୟୁଜିକ୍ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ତଥା ବୌଦ୍ଧିକ ଆଲୋଚନାଚକ୍ର ସହ ବିଚାର ବିମର୍ଷ କରାଯାଇଥିଲା । ଏହି ସମାବେଶରେ ବୁଢ଼ିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ଉପଜିଲ୍ଲାପାଳ ଡ.ସୋମ୍ୟରୂପା ରଥ ଯୋଗଦେଇ ଆଜିକାର ଏହି ପବିତ୍ର ଦିନରେ ତେଲୁଗୁ ନବବର୍ଷ ଉଗାଦି ପାଳନ ଏକ ସମୃଦ୍ଧ ସଂସ୍କୃତି ଓ ପରମ୍ପରା କୁ ସୂଚାଇଥାଏ ବୋଲି କହିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡ. ଆର୍ତ୍ତତ୍ରାଣ ବାବୁ ଓ ବରିଷ୍ଠ ଆଇନଜୀବି ପ୍ରଦୀପ ପୁରୋହିତ ଯୋଗଦେଇ ସୁବର୍ଣ୍ଣପୁର ର ଢ଼େରାପଡାରେ ଦେବାଙ୍ଗ ସମ୍ପ୍ରଦାୟ ପକ୍ଷରୁ ଉଗାଦୀ ପର୍ବ ପାଳନ ପାଇଁ ଯେଉଁ ଉତ୍ସାହ ର ସହ ମହିଳା ଓ ପୁରୁଷ ଙ୍କ ସଂପୃକ୍ତି ରହିଛି ତାହା ସମସ୍ତ ଙ୍କ ପାଇଁ ଅନୂକରଣୀୟ ବୋଲି ଉଲ୍ଲେଖ କରିଥିଲେ। ଏ ଅବସରରେ ଅନୁଷ୍ଠିତ ହୋଇଥିବା ନୃତ୍ୟ ପ୍ରତିଯୋଗିତା ଜୁନିଅର ରେ କେ . ଆରାଧ୍ୟା ଅଂଶିକା, ବି.ସଞ୍ଜନା, ବି.ଦିକ୍ଷିତା ଯଥାକ୍ରମେ ପ୍ରଥମ ଦ୍ବିତୀୟ ତୃତୀୟ ହୋଇଥିବା ବେଳେ ସିନିଅର ବିଭାଗ ରେ କେ. ସାଇସରଣ୍ୟା,ଅନିମେଶ,ଅନିକେତ,ସ୍ଵେତା ତନୁଜା ମ୍ୟୁଜିକ ଚେୟାର ବାଳକ ଟି.ସାଇ ରାଓ, ଆଦିତ୍ୟ ପାତ୍ର,ଏସ୍ ଆୟୁଷ୍ମାନ ବାଳିକା ବିଭାଗ ରେ ପୂଜା ପାତ୍ର,ସ୍ଵେତା ପାତ୍ର,ବି .ପୂର୍ବା ଓ ଡ୍ରଇଂ ରେ ଅଦିତି ପାତ୍ର,ଆଦିତ୍ୟ ଓ ବିନାୟକ ସେହିପରି ରଙ୍ଗୋଲି ରେ ସ୍ଵାତି ପାତ୍ର, ବି.ଐଶ୍ଵର୍ୟା ପ୍ରିୟଦର୍ଶିନୀ,ବି.ସଞ୍ଜନା ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ହୋଇ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ କୁ ଜନ୍ମେଜୟ ପାତ୍ର, ବି. ସତ୍ୟ ନାରାୟଣ ରାଓ,ଶ୍ୟାମ ସୁନ୍ଦର ପାତ୍ର ଓ ଅରକ୍ଷିତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

You may have missed