ଉପାନ୍ତରୁ ରାଜଧାନୀ ଯାତ୍ରା ଶିଶୁଯତ୍ନ ଅନୁଷ୍ଠାନ ର ଅନ୍ତେବାସୀଙ୍କ ଭୁବନେଶ୍ୱର ପରିଦର୍ଶନ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ବିଶ୍ୱ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶିଶୁଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ । ଜିଲ୍ଲା ସ୍ତରରେ ଅନୁଷ୍ଠିତ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ରେ ସଫଳତା ହାସଲ କରିଥିବା ରାୟଗଡା ଜିଲ୍ଲା ର ବାଳ ନିକେତନ,ସେବା ସମାଜର କୃତୀ ପ୍ରତିଯୋଗୀଙ୍କୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇଛନ୍ତି । ଆସନ୍ତା କାଲି ଏହି ଉତ୍ସବ ଉଦଯାପିତ ହେବ । ରାଜ୍ୟରେ ଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ର କୃତୀ ପ୍ରତିଭା ଙ୍କୁ ନେଇ ବିଭିନ୍ନ କ୍ରୀଡା କୁଦ ଅନୁଷ୍ଠିତ ହେଉଛି । ମହିଳା ଓ ଶିଶୁ ବିକାଶ ବିଭାଗ ର ରାଜ୍ୟ ଶିଶୁ ସୁରକ୍ଷା ସମିତି ର ସହଭାଗୀତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଉଦଘାଟନୀ ଉତ୍ସବ ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଉପଦେଷ୍ଟା ଶିଶୁ ବିକାଶ ବିଭାଗ, ବିଭାଗୀୟ ସଚିବ ଶୁଭ୍ର ଶର୍ମା, ଓଏସସିପିଏସ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ସହକାରୀ ନିର୍ଦ୍ଦେଶିକା ରେଗା ଗୀତାରଣୀ ପଟ୍ଟନାୟକ, ପ୍ରୀତିକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ଓଲିଉଡ ନାୟକ ସବ୍ୟସାଚୀ ମିଶ୍ର ମଧ୍ୟ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । କଳିଙ୍ଗ ଷ୍ଟାଡିୟମ ପରିସରରେ ଅତ୍ୟାଧୁନିକ ଟେନିସ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବେଳେ ଅତି ପାଖରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖି ପିଲାମାନେ ମଧ୍ୟ ବେଶ ଖୁସି ହୋଇ ଯାଇଥିଲେ । ଏହାବ୍ୟତୀତ ଏତେବଡ ଷ୍ଟାଡିୟମ, ସାଜସଜ୍ଜା, ହକି ଷ୍ଟାଡିୟମ ପ୍ରଭୁତି ବୁଲି ଦେଖି ପିଲାମାନେ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏସ୍କଟ ଅଧିକାରୀ ଭାବେ ବାଳ ନିକେତନ ରୁ ଅଜିତ ମହାନ୍ତି, ସେବା ସମାଜ ରୁ ପ୍ରଭାବତୀ ଶବର ଯାଇଛନ୍ତି ।