ଖବର ଆଜିର
*ଖବର ଆଜିର*
*ତାରିଖ ୩୧/୦୩/୨୩, ଶୁକ୍ରବାର*
*୧-ଏପ୍ରିଲ ୧୦ରୁ +୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ, ୨ୟ ପର୍ଯ୍ୟାୟ ଖାତା ଦେଖା ହେବ ୨୩ରୁ।*
*୨-ନିୟମ ମାନୁ ନାହାଁନ୍ତି ଘରୋଇ ବିଦ୍ୟାଳୟ, ଚଢ଼ା ଦରରେ ବହି ବିକ୍ରୀ ଅଭିଯୋଗ, ମାଗଣା ଶିକ୍ଷା ନାଁରେ କରାଯାଉଛି ଶୋଷଣ।*
*୩-ଆଜି ବେଶୀ ରହିବ ପଶ୍ଚିମା ଝଡ଼ର ପ୍ରଭାବ, ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ।*
*୪-ବଢ଼ିଲା ଓମଫେଡ୍ କ୍ଷୀର ଦର, ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଦର, ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ୨୪ ଟଙ୍କାରୁ ୨୬ ଟଙ୍କାକୁ ହେଲା ବୃଦ୍ଧି।*
*୫-ଦୟା ନଦୀରେ ବୁଡି ଜଣେ ଛାତ୍ର ନିଖୋଜ, ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି।*
*୬-ଢେଙ୍କାନାଳ, ପରଜଙ୍ଗ ଥାନା ବାଲିପଶି ଗାଁ :୭ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ, ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ।*
*୭-ଜଗା ଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତ୍ରୀ ଜୟପ୍ରଦା।*
*୮-ଗଡିଲା ଭଦ୍ରକ-ନୟାଗଡ଼ ଟାଉନ୍ ମେମୁ ଟ୍ରେନ୍, ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।*
*୯-ବରିଷ୍ଠ ନାଗରିକଙ୍କ ମୁଣ୍ଡ ଜାମିନ ରଖି ଦେଢ଼ କୋଟି ଟଙ୍କା ଦାବି: ୫ ଅଭିଯୁକ୍ତଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ।*
*୧୦-ଢେଙ୍କାନାଳ : ହାତୀ ଆକ୍ରମଣରେ ୨ ମହିଳା ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।*
*୧୧-ଆଇନଶୃଙ୍ଖଳା ପରିସ୍ଥିତି ନେଇ ଧର୍ମେନ୍ଦ୍ର-ସସ୍ମିତ ପାତ୍ର ମୁହାଁମୁହିଁ, ଟ୍ବିଟରେ ଚାଲିଛି ଓ୍ୱାର୍।*
*୧୨-ଦିନେ ଥିଲା ପଡ଼ୋଶୀ, ଟଙ୍କା ଲୋଭରେ ପାଲଟିଲା ପିଶାଚ: ଝାରସୁଗୁଡ଼ାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟାର ରହସ୍ୟ ଭେଦୁଛି ପୋଲିସ୍।*
*୧୩-ରାମନବମୀଠୁ ପୁରୀରେ ଆରମ୍ଭ ସାହିଯାତ: ଉଜ୍ଜଳ ଆଲୋକମାଳାରେ ଝଲସିବ ୭ ସାହି ଓ ୪୨ ଗଳିକନ୍ଦି।*
*୧୪-ଇନ୍ଦୋର ପଟେଲ ନଗର: ରାମ ନବମୀରେ ବଡ଼ ଅଘଟଣ, ମନ୍ଦିର କୂଅ ଧସି ୧୪ ମୃତ।*
*୧୫-ପୁଣି ଡରାଇଲାଣି କୋଭିଡ । ଦେଶରେ ବଢ଼ୁଛି ସଂକ୍ରମଣ, ୩ହଜାର ଟପିଲା ଦୈନିକ ସଂକ୍ରମଣ।*
*୧୬-ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ଭାରତୀୟ ସିପୟାର୍ଡ ସହ ହେଲା ୧୯ ହଜାର କୋଟିର ଡିଲ୍।*
*୧୭-ନୂଆଦିଲ୍ଲୀ : ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ଗୁରୁବାର ମତ ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ।*
*୧୮-ରିଜର୍ଭ ବ୍ୟାଙ୍କ ଏପ୍ରିଲରେ ସ୍ଥିର ରଖିପାରେ ସୁଧହାର ।*
*୧୯-ଯୁଦ୍ଧ ଭିତରେ ପାଦେ ଆଗେଇଲା ରୁଷିଆ, ଆରମ୍ଭ କଲା ବାଲେଷ୍ଟିକ ମିସାଇଲ ସହ ଯୁଦ୍ଧାଭ୍ୟାସ । ମସ୍କୋର ୩ଟି ଗୁପ୍ତ ସ୍ଥାନରେ ଚାଲିଛି କ୍ରେମଲିନର ନୂଆ ରଣନୀତି।*
. *🙏 ସୁପ୍ରଭାତ🙏*