March 10, 2026

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

IMG-20260131-WA0106
Share

କୋଲନରା: ( ସଞ୍ଜୀବ କୁମାର କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୈଳାଶପୁରରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି | ଦୁଇଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେସନ ବାଘ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ମୁଖ୍ୟ ଅତିଥି, ଶିକ୍ଷା ମଣ୍ଡଳ ଶିକ୍ଷାଧିସ ଶ୍ୟାମଘନ ଭୂୟାଁ ମୁଖ୍ୟ ବକ୍ତା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରାମାଞ୍ଜୁଲ୍ ମାଣ୍ଡାଙ୍ଗି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ମାଝୀ ଓ କନ୍ଧ ମାଲିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ମହାପାତ୍ର,ଦେବାଶିଷ ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗୀତାର ଉଦଘାଟନ କରିଥିଲେ | ଏହି ପରିପ୍ରେକ୍ଷୀରେ କ୍ରୀଡା ଉତ୍ସବର ଉଦଯାପନୀ ଉତ୍ସବ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା | ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଧାୟକ ନୀଳମାଧବ ହିକକା ଓ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ମଣ୍ଡଳ ଶିକ୍ଷାଧିଶ ଶ୍ୟାମ ଘନ ଭୂୟାଁ ମୁଖ୍ୟ ବକ୍ତା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେସନ୍ ବାଘ୍ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମାଞ୍ଜୁଲ ମାଣ୍ଡାଙ୍ଗି ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ | ଜିଲ୍ଲାର ୧୧ ଗୋଟି ବ୍ଲକରେ ଥିବା ବିଭିନ୍ନ (ଏସଏସଡି) ଉଚ୍ଚ ବିଦ୍ୟାଳୟର ପ୍ରାୟ ୭ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଜୁନିଅର ଓ ସିନିୟର୍ ଭାଗରେ ବିଭକ୍ତ କରାଯାଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | କୃତୀ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା | ଶିକ୍ଷକଙ୍କ ବିନା କୌଣସି ଛାତ୍ରଛାତ୍ରୀ ଜୀବନରେ କେବେ ସଫଳ ହାସଲ କରିପାରନ୍ତି ନାହିଁ ତେଣୁ ଶିକ୍ଷକଙ୍କୁ ସମ୍ମାନ ଦେବା ସହ ସେମାନଙ୍କ କଥା ମାନିବାକୁ ସ୍ଥାନୀୟ ବିଧାୟକ ଶ୍ରୀ ନୀଳ ମାଧବ ହିକକା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ | ଆୟୋଜିତ ସମସ୍ତ କ୍ରୀଡ଼ାକୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିବା ବେଳେ କୁଟୁଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ | ଏଥିରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ | ଉକ୍ତ କ୍ରୀଡ଼ାରେ ପଲମା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଚାମ୍ପିଅନ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ | ଶେଷରେ କ୍ରୀଡା ଶିକ୍ଷକ ମନୋଜ କୁମାର ତୁଳ ଧନ୍ୟବାଦ ଜଣାଇଥିଲେ |