March 10, 2026

ସମାଜସେବୀ କେଶବ ଚନ୍ଦ୍ର ମହାନ୍ତି ଙ୍କ ଶ୍ରଦ୍ଧାଞ୍ଜଳି..

IMG-20260130-WA0090
Share

ତିର୍ତ୍ତୋଲ-ତା 30/1/2026 ତିର୍ତ୍ତୋଲ ଅଞ୍ଚଳର ଜଣାଶୁଣା ବିଶିଷ୍ଟ ସମାଜସେବୀ ସ୍ବର୍ଗତ କେଶବଚନ୍ଦ୍ର ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା, ତାଙ୍କର ଜଗନ୍ନାଥପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି l ଜଗନ୍ନାଥ ଖଣ୍ଡୁଆଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜନନେତା ତଥା ଆଇନୀଜୀବି ରାଜକିଶୋର ବେହେରା, ସୁଶ୍ରୀ ଶୁଭଶ୍ରୀ ର ସମ୍ପାଦିକା ବସନ୍ତମଞ୍ଜରୀ ଦାସ, ପୂର୍ବତନ ଜିଲ୍ଲାପରିଷଦ ହେମନ୍ତ କୁମାର ନାୟକ, ଉପସଭାପତି ନାଗୁଚରଣ ଦେବତା,ବାଲିଘର ର ସମ୍ପାଦକ କୈଳାଶ ଚନ୍ଦ୍ର ସ୍ୱାଇଁ, ପଣ୍ଡିତ ପ୍ରବୋଧ କୁମାର ରଥ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରେକୃଷ୍ଣ ସେଣ, ସମ୍ପାଦକ ଶରତ କୁମାର ତାରେଣିଆ, ବାବାଜୀ ନାୟକ, ରବିନାରାୟଣ ପଣ୍ଡା,ଲୋକନାଥ ବଡ଼ପଣ୍ଡା, ନିମାଇଁ ବିଶ୍ୱାଳ, ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ନରେନ୍ଦ୍ର ଷଡ଼ଙ୍ଗୀ, କିଶୋର ଦାସ, ସାଂସଦ ଙ୍କ ପ୍ରତନିଧି ସୁନନ୍ଦ ବିଶ୍ୱାଳ ଓ ମକରଧ୍ଵଜ ଆଇ ଟି ଆଇ ର ପ୍ରତିଷ୍ଠାତା ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇ, ସ୍ବର୍ଗତ କେଶବ ବାବୁ ଜଣେ ମହାନ ଆଧ୍ୟାତ୍ମିକବାଦୀ, ସ୍ଥାନୀୟ ସାଇ ମନ୍ଦିରର ପ୍ରତିଷ୍ଠାତା, ବିଶିଷ୍ଟ ଶିଳ୍ପପତି, ଦରଦୀବନ୍ଧୁ ମିଷ୍ଟଭାଷୀ ଓ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ବୋଲି ନିଜନିଜର ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ l ତାଙ୍କର ସୁପୁତ୍ର ସଂଗ୍ରାମ ଓ ସଞ୍ଜୟ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ପରେ, ଦିବଂଗତ ଆତ୍ମାର ସଦଗତି କାମନାପୂର୍ବକ ନିରବପ୍ରାର୍ଥନା କରାଯାଇଥିବା ବେଳେ, ପ୍ରଦୀପ୍ତ କୁମାର ଲେଙ୍କା ମଞ୍ଚ ସଂଚାଳନ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଜା, ରାହୁଲ ଙ୍କ ସମେତ ପରିବାରବର୍ଗ, ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର