ଉମରକୋଟ ରେ ବିଡିଓଙ୍କୁ ପଛ ଧାଡ଼ିରେ ବସାଇବା ନେଇ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ……..
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସମିତି ବୈଠକ ରେ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା। ଜଣେ ବିଡିଓ ହେଉଛନ୍ତି ବ୍ଲକ ର ସରକାରୀ ମୁଖ୍ୟ ଓ ନିର୍ବାହୀ ଅଧିକାରୀ, କିନ୍ତୁ ସେ ପରି ଜଣେ ସରକାରୀ ଅଧିକାରୀ ଙ୍କୁ ଷ୍ଟେଜର ପଛ ଧାଡ଼ିରେ ବସାଇବା ନେଇ ଆଜି ଉମରକୋଟ ସମିତି ବୈଠକରେ ସମିତି ସଭ୍ୟ ମାନେ ପ୍ରବଳ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ୩ ଦିନ ପାଇଁ ଉମରକୋଟ ବିଡିଓ ଭାବେ ଡାବୁଗାଁ ବିଡିଓ ଦାୟିତ୍ୱ ରେ ଅଛନ୍ତି। ତେବେ ଷ୍ଟେଜ ରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସଂଖ୍ୟାରେ ଲୋକ ପ୍ରତିନିଧି ମାନଙ୍କ ପ୍ରତିନିଧି ମାନେ ବସିବାରୁ ବିଡିଓ ଙ୍କୁ ଶେଷ ଧାଡ଼ି ରେ ଯାଇ ବସିବାକୁ ପଡ଼ିଲା। ବିଡିଓ ପଛରେ ବସିବ। ପରେ ନିଜେ ଅସହ୍ୟ ଅନୁଭବ କରିବାରୁ ଷ୍ଟେଜ ତଳେ ଆସି ବସିଥିଲେ। ଏହାକୁ ନେଇ ସମିତି ସଭ୍ୟ ମାନେ ଆପତି ଉଠାଇବା ସହ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ବିଡିଓ ବ୍ଲକ ର ମୁଖ୍ୟ ସରକାରୀ ଅଧିକାରୀ ଙ୍କୁ ତଳେ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଯୁକ୍ତି କରିଥିଲେ ଓ ବୈଠକ ବର୍ଜନ ପାଇଁ ଧମକ ଦେବା ପରେ ବିଡିଓ ଙ୍କୁ ଷ୍ଟେଜ ରେ ବସାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଏହିକି ଯେ ଆଜି ଉମରକୋଟ ବ୍ଲକ୍ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି ସଭାପତିତ୍ବ କରିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍କେତ ନାୟକ ସଭା ପରିଚାଳନା କରିଥିବା ବେଳେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା, ନବରଙ୍ଗପୁର ସାଂସଦ ପ୍ରତିନିଧି ରାମ ନାୟକ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ ,ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ , ଝରିଗାଁ ବିଧାୟକ ପ୍ରତିନିଧି ସୋନା ମାଝୀ , ଉପାଧ୍ୟକ୍ଷ ଶ୍ୟାମଳ ସରକାର , ଜିଲ୍ଲା ପରିଷଦ ସଭ୍ୟ ଚନ୍ଦନ ରାୟ, ଜିଲ୍ଲା ପରିଷଦ ସଭ୍ୟା ଡାଳିମ୍ବ ଭତ୍ରା , ଉମରକୋଟ ବିଡିଓ ଦାୟିତ୍ଵ ରେ ଥିବା ଡ।ବୁଗାଁ ବିଡିଓ ଶରତ ଚନ୍ଦ୍ର ମାଝୀ ଉପସ୍ଥିତି ଥିଲେ।ଆଜିର ବୈଠକ ପାଇଁ ୧୮ ଟି ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକ ରେ ସମିତି ସଭ୍ୟ ମାନେ ବିଜୁଳି ବିଭାଗର ମନ ଇଚ୍ଛା ବିଜୁଳି କାଟ ଓ ଜୋରଜବରଦସ୍ତ ବିଲ ଆଦାୟ ନତେ ଜନତା ଙ୍କୁ ଜୁଲମ କରାଯାଉଥିବା, ଶିକ୍ଷା ଓ ପାନୀୟ ଜଳ ଯୋଗାଣ ବିଭାଗ ରେ ଚାଲିଥିବା ଅବ୍ୟବସ୍ଥା କୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ ସମିତି ସଭ୍ୟ ମାନେ । ଆଉ ମାସେ ପରେ ପରୀକ୍ଷା ଦେବେ ସ୍କୁଲ ପିଲା ଙ୍କୁ ଆଜି ପର୍ଯ୍ୟନ୍ତ ସ୍କୁଲ ୟୁନିଫର୍ମ ନ ମିଳିବା, ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ର ଦାମ ବୃଦ୍ଧି କରିବା ସତ୍ତ୍ୱେ ମଧ୍ୟାହ୍ନ ଭୋଜନ ରେ ନିମ୍ନ ମାନର ଖାଇବା ତେଲ ଓ ପାଣିଆ ଡାଲି ଦିଆ ଯାଉଥିବା ,ମନ ଇଚ୍ଛା ଡେପୁଟେଶନ କରାଯାଉଥିବା ନେଇ ସମିତି ସଭ୍ୟ ମାନେ ପ୍ରବଳ ଅସନ୍ତୋଷ ପ୍ରକଟ କରିଥିଲେ। ତେବେ ଉପସ୍ଥିତ ଥିବା ଅତିରିକ୍ତ
ବ୍ଲକ୍ ଶିକ୍ଷା ଅଧିକାରୀ କୌଣସି ଉତ୍ତର ଦେଇ ପାରିନଥିଲେ। ଅପରପକ୍ଷେ ବ୍ଲକ୍ ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଲେ ସମିତି ସଭ୍ୟ ମାନେ ରେଜୁଲେସନ କରିବା ପରେ ହିଁ ହେବ ବୋଲି ମଧ୍ୟ ସମିତି ସଭ୍ୟ ମାନେ ଦାବି କରିଥିଲେ।