ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ,
ବାଲେଶ୍ବର ( ଦେବାଶିଷ ଦାଶ )
ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ସମେତ ନ୍ଯାୟ ଦାବି ରେ ମହିଳା ଙ୍କ ଶବ ରଖି ବାଲିଆପାଳ – ବସ୍ତା ମୁଖ୍ଯ ରାସ୍ତା ର ହସପିଟାଲ ଛକ ରେ ରାସ୍ତା ଅବରୋଧ କଲେ ଉତ୍ଯକ୍ତ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ନୁପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା, , ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ମୂତୟୂନ କରା ଯାଇଛି, ସୂଚନା ଅନୁଯାୟୀ ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର ପ୍ରଦୀପ କୁମାର ଦାସ ଙ୍କ ଝିଅ ଜ୍ୟୋତିଲତା ଦାସ ଙ୍କୁ ଦଶ ବର୍ଷ ପୂର୍ବେ ବିଷ୍ନୁପୁର ଗ୍ରାମର ମନୁ ରଞ୍ଜନ ଦାସ ଙ୍କ ପୁଅ ମାନସ ରଞ୍ଜନ ଦାଶ ଙ୍କୁ ବିବାହ ଦେଇଥିଲେ। ବିବାହ ସମୟରେ ବରଘର ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା। ମାତ୍ର ବାହାଘର ଛଅ ମାସ ପରଠାରୁ ଜ୍ୟୋତିଲତା କୁ ସ୍ୱାମୀଙ୍କ ସମେତ ଶାଶୁ ଘରେ ଲୋକ ଶାରୀରିକ ମାନସିକ ନିର୍ଯ୍ୟାତନା ହେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି, ବହୁବାର ଏନେଇ ସମାଧାନ ମଧ୍ୟ ହୋଇଥିଲା। ଆଜି ସକାଳୁ ଶାଶୁ ଘର ଲୋକ ଫୋନ୍ କରି ଝିଅ ଆତ୍ମହତ୍ୟା କରିଛି ବୋଲି ବାପଘରକୁ ଖବର ଦେଇଥିଲେ, ପରେ ବାପା ଘର ଲୋକ ପହଞ୍ଚି ଝିଅ କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ, ଡାକ୍ତର ସେଠାରେ ଜ୍ୟୋତି ଲତାକୁ ମୃତ ଘୋଷଣା କରିଥିଲେ, ଘଟଣା ସ୍ଥଳରେ ବସ୍ତା ଏସଡିପିଓ ଏବଂ ବାଲିଆପାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି, ପୋଲିସ ଏହି ଘଟଣା ରେ ଜ୍ଯୋତିଲତା ଙ୍କ ଶ୍ବଶୁର ଙ୍କୁ ଅଟକ ରଖିଥିବା ବେଳେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ ଏବଂ ନ୍ଯାୟ ନମିଳିବା ପର୍ଯ୍ଯନ୍ତ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି..
