March 10, 2026

ବନ୍ଦ କୋଠରୀ ଭିତରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ଯାଅଭିଯୋଗ,  

IMG-20251230-WA0075
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗିଲାଜୋଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା, ମୃତକ ହେଲେ 70 ବର୍ଷୀୟା ଲକ୍ଷ୍ମିମଣୀ ଜେନା, ସୂଚନା ଅନୁଯାୟୀ ଗିଲାଜୋଡି ଗ୍ରାମର ଲକ୍ଷ୍ମି ମଣି ଜେନା ଙ୍କ ପରିବାର ଲୋକେ କୌଣସି କାମ ରେ ବାହାରକୁ ଯାଇ ଥିବା ବେଳେ ସେ ଏକୁଟିଆ ଘରେ ରହୁଥିଲେ, ଆଜି ସକାଳେ ସେ କବାଟ ନଖୋଲିବାରୁ ସାହି ପଡିଶା ଲୋକେ ପୋଲିସ କୁ ଖବର ଦେଇ ଥିଲେ, ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ଲକ୍ଷ୍ମିମଣି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି, ତେବେ ପରିବାର ଲୋକେ ଏହା ହତ୍ଯାକାଣ୍ତ ବୋଲି ଅଭିଯୋଗ କରୁଥିବା ବେଳେ ପୋଲିସ ଶବ ଜବଦ କରି ବ୍ଯବଚ୍ଛେଦ ପାଂଇ ପଠାଇ ଅଧିକ ତଦନ୍ତ ଜାରି ରଖିଛି.