March 7, 2026

ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର

IMG-20251230-WA0065
Share

 

    ବୁଗୁଡ଼ା : ତା ୩୦/୧୨/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଶୀର୍ଷକ “ରିସେସିଂ ଇଣ୍ଡିଆନ୍ ଡେମୋକ୍ରାସି : ଇଲୋକ୍ଟ୍ରାଲ୍ ପଲିଟିକ୍ସ ଏଣ୍ଡ୍ ଗଭର୍ଣ୍ଣାସ୍ ଚ୍ଯାଲେଞ୍ଜସ୍ ଇନ୍ କଣ୍ଟେପୋନାରି ଇଣ୍ଡିଆ ” ସମ୍ପର୍କେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ଯାପକ ଡ.ଅମିୟ କୁମାର ପରିଚ୍ଛା ଯୋଗଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଛାତ୍ର ଅମର ନାୟକ, ଛାତ୍ରୀ ରୂପାଲି ପାତ୍ର, ପୂଜା ଗୌଡ ଓ ପୂଜା ସ୍ବାଇଁ ପାଠଚକ୍ରର ପ୍ରବନ୍ଧ ପାଠ କରିଥିଲେ।ଏ ଅବସରରେ ଭାରତୀୟ ଗଣତନ୍ତ୍ରର ପୁନଃମୂଲ୍ଯାୟନ ଏବଂ ସମକାଳିକ ଭାରତରେ ନିର୍ବାଚକୀୟ ରାଜନୀତି ଓ ଆଇନ ଅନୁମୋଦିତ ଶାସନ ନୀତି ସମ୍ପର୍କେ ମୁଖ୍ୟ ବକ୍ତାଙ୍କ ଦ୍ବାରା ଆଲୋକପାତ କରାଯାଇଥିଲା।

ଏଥି ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାଳରେ ପାଠଚକ୍ରର ବିଷୟବସ୍ତୁ ଉପରେ ବ୍ଯାପକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଶେଷରେ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ଯବାଦ ଅର୍ପଣ କରିଥିଲେ।