March 10, 2026

ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ

IMG-20251230-WA0046
Share

 

ପାରଳାଖେମୁଣ୍ଡି, ତା.୩୦.୧୨.୨୦୨୫

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟଳୟ ପ୍ରାଙ୍ଗଣ ଠାରେ ଜିଲ୍ଲାସ୍ତରୀୟ ଖରିଫ-୨୦୨୫-୨୬ ଧାନ କ୍ରୟ ମଣ୍ଡିକୁ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନୀ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗା,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍.ପ୍ରକାଶ ରାଓ, ସମବାୟ ସମିତି ଜିଲ୍ଲା ନିବନ୍ଧକ ଗଜପତି ଶ୍ରୀଯୁକ୍ତ ହରିହର ସେଠ୍ ,ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ ।

ଏହି ଅବସରରେ ଶ୍ରୀଯୁକ୍ତ ରେବତୀ ମୋହନ ରାଉତ, ସେକ୍ରେଟାରୀ, ସମବାୟ ସମିତି ପାରଳାଖେମୁଣ୍ଡି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୫-୨୬ ଖରିଫ ବର୍ଷରେ ଜିଲ୍ଳାର ୪୫ ଗୋଟି ମଣ୍ଡି କଲାଯାଇଛି ଓ ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କାର କୃଷି ସମବାୟ ସମିତିରେ ଆଜି ଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟୟରେ ୩ ଲକ୍ଷ ୩୬ ହାଜର କୁଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଦାର୍ଯ୍ୟ ହୋଇଛି। ଧାନ କ୍ରୟ କରିବା ପାଇଁ ଜିଲ୍ଲାରେ ୧୫ ହଜାର ୫୧୧ ଜଣଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ କରିସାରିଲା ପରେ ଡାଇରେକ୍ଟ ନିଜ ବ୍ୟାଙ୍କ ଖାତାକୁ ପଇସା ଜମା କରାଯିବ । ଧାନ କ୍ରୟ ସମୟରେ ବିଭଗର ସମସ୍ତ କର୍ମଚାରୀ ସଚେତନତା ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ୨୦୨୫-୨୬ ଖରିଫ୍ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବନସ ଧାର୍ଯ୍ୟ କରାଯାଇଛି ଯଥା- ସାଧାରଣ ଧାନ କୁଣ୍ଟାଲ ପିଛା ଟ.୩୧୬୯/- ଟଙ୍କା ଓ ଗ୍ରେଡ ‘ଏ ‘ ଧାନ କୁଣ୍ଟାଲ.୩୧୮୯/- ଟଙ୍କା ରଖାଯାଇଛି।ସେହିପରି ମଣ୍ଡିକୁ ସଫା,ଶୁଖିଲା,ସମରଙ୍ଗି ଓ ସମଆକାର ଧାନ ଆଣିବାକୁ ମଧ୍ୟ ଚାଷୀ ମାନଙ୍କୁ ଅନୁରୋଧ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ବହୁ ଚାଷୀ ଯୋଗ ଦେଇଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।