March 7, 2026

ଅଭିନନ୍ଦନ ବାର୍ଷିକ ଉତ୍ସବରେ ସୁନୀଲଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ 

IMG-20251230-WA0004
Share

 

ବ୍ରହ୍ମପୁର – ବାଲେଶ୍ଵର ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ଅଭିନନ୍ଦନର ୧୭ତମ ବାର୍ଷିକ ଉତ୍ସବ ବାଲେଶ୍ଵର ସହରରରେ ଥିବା ଭେନ୍ୟା ପାରାଡାଇଜ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାରୁ ସୁନୀଲ କୁମାର ପ୍ରଧାନଙ୍କୁ ସମ୍ମାନିତ କରିଛନ୍ତି । ଭବ୍ୟ ଉତ୍ସବରେ ବରେଣ୍ୟ ଅତିଥି ଭାବେ ବାଲେଶ୍ଵର ପ୍ରେସ କ୍ଲବ ସଭାପତି ବିପ୍ଳବ କୁମାର ମହାନ୍ତି, ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଡ. ଦେବାଶିଷ ପାତ୍ର , ବରିଷ୍ଠ ଆଇନଜୀବି ଅରବିନ୍ଦ ପାଢୀ , ସମ୍ପାଦକ ଅପରାହ୍ନ ବଂଶୀଧର ଜେନା , ବରିଷ୍ଠ କବି କାଳିକିଙ୍କର ଦାସ ଗହଣରେ ଏହି ଆଦର୍ଶ ସାମ୍ବାଦିକ ପ୍ରତିଭା ସମ୍ମାନ -୨୦୨୫ ପ୍ରଦାନ କରାଯାଇଥିଲା ।ସୁନୀଲ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗର ପ୍ରଥମ ଛାତ୍ର ଏହି ସମ୍ମାନ ପାଇଁ ଖବର କାଗଜର ସମ୍ପାଦକ ଜଗଦୀଶ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।