September 21, 2024

୨୦୦୭ ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ…

Share

 

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୨୦୦୭ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୦୦୭ ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀ ମାନେ ପୂର୍ବ ନିର୍ଦ୍ଧାରିତ ଆଲୋଚନା ଅନୁଯାୟୀ ରାମନାଗୁଡା ବ୍ଲକ ଅନ୍ତର୍ଗତ ପେଣକାମ ପଞ୍ଚାୟତ ସ୍ଥିତ ତାମିଙ୍ଗି ନିକଟରେ ବୋହି ଯାଉଥିବା ଗଦଗଦା ନାଳରେ ପାଖାପାଖି ୪୦ ଜଣ ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ବନ୍ଧୁ ମିଳନ ଉତ୍ସବ ପାଳନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୁଇ ଜଣ ଦିବଙ୍ଗତ ଛାତ୍ରର ଅକାଳ ବିୟୋଗରେ ମୃତ୍ୟୁ ହୋଇଥିବା କାରଣରୁ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସାରିବା ପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ବନ୍ଧୁ ମିଳନ ଉତ୍ସବ ପାଳନ ହୋଇଥିବାରୁ ସମସ୍ତ ଛାତ୍ର ଛାତ୍ରୀ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା ।ଏହି ବର୍ଷ ପରି ପ୍ରତ୍ୟେକ ବର୍ଷ ଏଭଳି ବନ୍ଧୁ ମିଳନ ଉତ୍ସବ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମଧୁସ୍ମିତା ରାଉତ କହିଛନ୍ତି। ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ମଧୁସ୍ମିତା ରାଉତ, ପି. ଦିବ୍ୟା ,ଜି. ସ୍ୱାତି, ବୁଲୁ ମାଣ୍ଡାଙ୍ଗି, କେ. ସନ୍ତୋଷ ପ୍ରମୁଖ ଆୟୋଜନ କରିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ ।

ରିପୋର୍ଟ ସଞ୍ଜିବ କୁମାର ଦାଶ