March 7, 2026

ଅଯୋଧ୍ୟାର ଅକ୍ଷତ କଳସକୁ ରାମନାଗୁଡାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା…

ioy98yo
Share

ରାମନାଗୁଡା:- ରାୟଗଡ଼ା ଜିଲ୍ଲା ରାମନାଗୁଡା ଠାରେ ଶ୍ରୀ ରାମ ତୀର୍ଥକ୍ଷେତ୍ର ଅଯୋଧ୍ୟା ଆସିଥିବା ଅକ୍ଷତ କଳସକୁ ରାମନାଗୁଡା ଠାରେ ଭବ୍ୟ ସ୍ବାଗତ ଜ୍ଞାପନ କରାଯାଇଥିଲା। ଏଥିରେ ଅକ୍ଷତକଳସ ଗୁଡିକୁ ନାମ ସଂକୀର୍ତ୍ତନ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଏଥିନିମନ୍ତେ ରାମ ମନ୍ଦିର ଠାରେ ହୋମଯଜ୍ଞ, ଧୂପଦୀପ ସହ ନାମ ସଂକୀର୍ତ୍ତନ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଏଥିରେ ବିଶ୍ବହିନ୍ଦୁ ପରିଷଦ ଗୁଣୁପୁର କାର୍ଯ୍ୟକାରୀ ସଭାପତି ନରସିଂହ ପଟ୍ଟନାୟକ,ଆର୍ ଏସ ଏସ ନନ୍ଦକିଶୋର ଚୌଧୁରୀ, ଉପସଭାପତି ଗୋପାଳକୃଷ୍ଣ ଦେଓପାତ୍ର ,ଗଙ୍ଗାରାମ ମାଣ୍ଡାଙ୍ଗି,ବିଶ୍ବ ହିନ୍ଦୁ ପରିଷଦ ଓ ଗାୟତ୍ରୀ ପରିବାର ମାଝୀ ନିମାଲା,ରାମ ମନ୍ଦିର ଅଯୋଧ୍ୟା ଅକ୍ଷତ ପୂଜନ କମିଟି ଗୁଣୁପୁର ସଂଯୋଜକ ସାରଙ୍ଗ ନାଗବଂଶ, ରାମନାଗୁଡା ପ୍ରପନ୍ନ ତ୍ରିପାଠୀ, ଧନୁର୍ଜୟ କୈବର୍ତ୍ତ, ନାଗଭୂଷଣ ତୋଇକା, କୃଷ୍ଣ ଚନ୍ଦ୍ର ସାହୁ, ଗୋବିନ୍ଦ ସେନାପତି, ବନମାଳୀ ଗମାଙ୍ଗ, ବୃନ୍ଦାବନ ଗୌଡ଼, ବାଳକୃଷ୍ଣ ବେହେରା,ପ୍ରସାଦ ଧୋବା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପୂଜନ ୧୨ଗୋଟି ଅକ୍ଷତ କଳସକୁ ୧୨ ଗୋଟି ପଞ୍ଚାୟତକୁ ପଠାଯିବା ସହ ଶ୍ରୀ ରାମଙ୍କ ନିମନ୍ତ୍ରଣକୁ ପ୍ରତି ଗ୍ରାମ ଘରେ ଘରେ ପହଞ୍ଚିବା ନେଇ ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।।

(ରିପୋର୍ଟ ସଞ୍ଜିବ କୁମାର ଦାଶ)