March 10, 2026

ଚିକିଟିଆମାଟିଆ ଲୋଧା ବାଳକ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସ ନାମରେ ଲାଗିଛି ମହାଅଭିଯୋଗ ..

IMG-20251130-WA0058
Share

 

ରାଜ୍ୟ ସରକାର ଅନୁସୂଚିତ ଜନଜାତି ଙ୍କ ଶିକ୍ଷା ର ବିକାଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳୀ ଚିକିଟା ମାଟିଆ ବାଳକ ଆଶ୍ରମ ବିଦ୍ୟାଳୟ ରୁ 4 ଜଣ ବାଳିକ ବିଦ୍ୟାଳୟ ର ପାଚେରି ଡେଇଁ 10କି.ମି ଘଞ୍ଚ ଜଙ୍ଗଲ ରାସ୍ତା ଅତିକ୍ରମ କରି ଧାତିକା ନିକଟରେ ଥିବା କେନାଲ ପାଖରୁ 4 ଜଣ ବାଳିକ କୁ ଧାତିକା ର ପୂର୍ବତନ ସରପଂଚ ଉଦ୍ଧାର କରି ଘରକୁ ନେଇ ଖୁଆଇପିଆଇ ଶୁଳିଆପଦା ଥାନା ଅଧିକାରୀ ଙ୍କୁ ଜଣାଇଥିଲେ। ଖବର ପାଇ ଥାନା ଅଧିକାରୀ 4 ନାବାଳକ ଙ୍କୁ ଉଦ୍ଧାର କରି ଥାନା କୁ ନେଇ CWC ଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଲୋଧା ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନାମରେ ଚାଉଳ ବିକ୍ରି ଓ ବାହାର ଲୋକ ବାରମ୍ବାର ହଷ୍ଟେଲ କୁ ପ୍ରବେଶ କରି ମଦ ପିଇବାର ଅଭିଯୋଗ ଆସୁଥିବାର ଖବର ସାମ୍ନା କୁ ଆସୁଥିବା ବେଳେ ଏହାର ଦୃଢ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।