କୋରାପୁଟ ଜିଲ୍ଲା ଜୟପୁର ପୌରାଞ୍ଚଳ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ୨୦୨୫ ଉଦ ହୋଇଯାଇଛି।
(ଗୁ୍ତେଶ୍ୱର ରଥ କୋରାପୁଟ) ୩୦/୧୧/୨୦୨୫ କୋରାପୁଟ ଜିଲ୍ଲା ଜୟପୁର ପୌରାଞ୍ଚଳ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ୨୦୨୫ ଉଦ ହୋଇଯାଇଛି। ଜୟପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବଲ୍ଲଭ ନାରାୟଣ ଦେଵୀ ମାଁ ମନ୍ଦିରରୁ ପୂଜା ଅର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ଆଦିବାସୀ ବାଜା ସହ ଢେମସା ନାଚରେ ସହର ପରିକ୍ରମା କରି ପହଞ୍ଚିଥିଲା ୨୫ ତାରିଖ ଠାରୁ ବିଭିନ୍ନ ପ୍ରତିଯୋଗିତା ଓ ଖେଳ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଉଯାପାନୀ ଦିବସରେ ପୁରସ୍କାର ବିତରଣି ସହ ଉଜାପାନୀ ସମାରୋହ ଅନଷ୍ଠିତ ହୋଇଥିଲା। ଉକ୍ତ ଉଜାପାନୀ ଦିବସରେ ଜୟପୁର ପୌର ଅଧକ୍ଷ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି, ଜୟପୁର ର ଉପ ଜିଲ୍ଲାପାଳ ସୁଶ୍ରି ଆକବରମ୍ ସସ୍ୟା ରେଡ୍ଡୀ,ଜୟପୁର ର ବିଡ଼ିଓ ଶ୍ରୀ ଶକ୍ତି ମହାପାତ୍ର, ଓ ଅନ୍ୟାନ୍ୟ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ।
