March 12, 2026
ajiro khabar
Share

 

୧-ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ କଟିଛି ରାସନ କାର୍ଡ; ଗୃହରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା।

 

୨-ଡିସେମ୍ବର ୧ ତାରିଖରୁ ଖୋଲିବନି ପୁରୀ ଗୁଣ୍ଡିଚା ମନ୍ଦିର, ମନ୍ଦିର ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ।

 

୩-ଭୁବନେଶ୍ୱର:ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ।

 

୪-ଓଡ଼ିଶା ଉପରେ ବଢ଼ୁଛି ସୁଧ ବୋଝ’;ଅତିରିକ୍ତ ବଜେଟ୍ ପରେ ବିଜେପିକୁ ନବୀନଙ୍କ ଟାର୍ଗେଟ୍।

 

୫-ବାରବାଟୀ ଟି-୨୦ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ, ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଉପରେ ଗୁରୁତ୍ଵ।

 

୬-ବଇଣ୍ଡା: ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ବେଳେ ଧରାପଡିଲେ ପ୍ରଧାନ ଶିକ୍ଷକ, ପୁଲିସ୍ କୁ କାର ସହ ଚାଉଳ ଜିମା ଦେଲେ ଗ୍ରାମବାସୀ।

 

୭-ନବରଙ୍ଗପୁର:ପ୍ରେସର କୁକର ଫାଟି ଛାତ୍ର ଗୁରୁତର, ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ନିଲମ୍ବିତ, ରୋଷେଇୟା ବିଦା।

 

୮-ବିଧାନସଭାରେ ବିଜେଡ଼ିର ଦାବି:୮୦ ବର୍ଷରୁ ଉର୍ଦ୍ଧ୍ବ କଳାକାର ଓ ବିଧବାଙ୍କୁ ଦିଆଯାଉ ବର୍ଦ୍ଧିତ ଭର୍ତ୍ତା।

 

୯-କଳିଙ୍ଗ ଟିଭି କନକ୍ଲେଭ : ଭାରତର ଅଭିବୃଦ୍ଧିରେ ଓଡ଼ିଶାର ଭୂମିକା ଉପରେ ଗୁରୁତ୍ୱାରୋପ କଲେ କେରଳ ରାଜ୍ୟପାଳ, ଯୋଗ ଦେଲେ ବହୁ ମନ୍ତ୍ରୀ, ସାଂସଦ ଓ ସାମ୍ବାଦିକ।

 

୧୦-ବ୍ରହ୍ମପୁର:ସୁଟକେଶରେ ଥିବା ୩୪୦ ଚୋରି ମୋବାଇଲ ଜବତ, ୪ ଲୁଟେରା ଗିରଫ।

 

୧୧-ପ୍ରଥମରୁ ପଦାରେ ପଡିଲା ମଣ୍ଡି ଅବ୍ୟବସ୍ଥା: ଦୁଇ ଦିନ ହେଲା ଖୋଲିଲାଣି ମଣ୍ଡି, ଉଠିପାରିଲାନି ମୁଠାଏ ଧାନ।

 

୧୨-ଦଶପଲ୍ଲାରେ ଲୁଚିଛନ୍ତି ମାଓବାଦୀ,କମ୍ବିଂ ଜୋରଦାର, ଆତ୍ମସର୍ମପଣ ନ କଲେ ଏକାଉଣ୍ଟର:ଆଇଜି

 

୧୩-ଆଗାମୀ ଦିନରେ ୬ଟି ନୂଆ ସହରରେ ଗଡ଼ିବ ଇଭି ବସ୍‌; ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା।

 

୧୪-ଜଗତସିଂହପୁର : କଟକ- ମାଛଗାଁ ରାସ୍ତାରେ ସାଂସଦ ବିଭୁ ତରାଇଙ୍କ କାର୍ ଦୁର୍ଘଟଣାଗସ୍ତ, ଅଳ୍ପକେ ବର୍ତ୍ତିଲେ ସାଂସଦ।

 

୧୫-ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ନିମାପଡ଼ା ଏନଏସି ଅମିନ, ୧୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

 

୧୬-ଛତ୍ରପୁର:ଅତିରିକ୍ତ ତହସିଲଦାରଙ୍କୁ ସମାଜିକ ବାସନ୍ଦ ଘଟଣା, ୯ ଜଣଙ୍କ ନାଁରେ ମାମଲା ରୁଜୁ।

 

୧୭-ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର; ପୂର୍ବପେକ୍ଷା ବଢ଼ିଲା ଅଢେଇ କୋଟି।

 

୧୮-ଇତିହାସ ରଚିଲା ହନୁମାନ ଚାଳିଶା,୫୦୦ କୋଟି ପାର୍ କଲା ଭକ୍ତି ଗୀତ, ଫେଲ୍ ମାରିଲେ ବଲିଉଡ୍‌ର ନାମୀ ଦାମୀ କଣ୍ଠଶିଳ୍ପୀ।

 

୧୯-ରାଞ୍ଚି:ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ଆଜି, ଅପରାହ୍ନ ୧ଟା ୩୦ରୁ ଷ୍ଟାର ସ୍ପୋର୍ଟସରେ ହେବ ପ୍ରସାରିତ।

 

୨୦-ଖରାପ ପାଗ ଯୋଗୁ Air India ଓ Indigo ଜାରି କଲେ ଚେତାବନୀ, ଚେନ୍ନାଇରୁ ୫୪ ଉଡାଣ ବାତିଲ।

 

୨୧-ବିହାରରେ ନିର୍ବାଚନ ପରାଜୟ ଲାଗି କଂଗ୍ରେସକୁ ଦାୟୀ କଲା RJD, କହିଲା ମେଣ୍ଟରୁ ଅଲଗା ହେବ।

 

୨୨-ଆମେରିକାର ମିସୌରି:ଛାତ୍ରମାନଙ୍କୁ ଟଙ୍କା, ମଦ ଓ ଡ୍ରଗ୍ସ ଦେଇ ଶାରୀରିକ ସଂପର୍କ ରଖୁଥିଲେ ଶିକ୍ଷୟିତ୍ରୀ; ମିଳିଲା ୧୦ ବର୍ଷ ଜେଲଦଣ୍ଡ।