October 5, 2024

ମନ୍ଦିର ପ୍ରତିଷ୍ଠା ନେଇ କାଇଁଚପୁର ଗ୍ରାମରେ ହରିନାମ ଋଷୁକୂଲ୍ୟା ନଦୀରୁ କଳସ ଯାତ୍ରା

Share

ମନ୍ଦିର ପ୍ରତିଷ୍ଠା ନେଇ କାଇଁଚପୁର ଗ୍ରାମରେ ହରିନାମ
ଋଷୁକୂଲ୍ୟା ନଦୀରୁ କଳସ ଯାତ୍ରା

—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ କାଇଁଚପୁର ଗ୍ରାମ ରେ ଶ୍ରୀଲକ୍ଷ୍ମୀ ନୃସିଂହ ଓ ମା ଏଲ୍ଲାମା ଦେବୀଙ୍କ ପ୍ରତିଷ୍ଟା ଉତ୍ସବ ପାଇଁ ଶ୍ରଦ୍ଧାଳୁ ଙ୍କ ପୁଣ୍ୟାତ୍ୱୟ ଋଷୁକୂଲ୍ୟା ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶତାଧିକ ମହିଳା କଲ୍ୟାଣପୁର ଗ୍ରାମ ସ୍ଥିତ ରାମେଶ୍ଵର ଋଷିକୁଲ୍ୟା ନଦିଘାଟରୁ ନଦୀ ଜଳ ମସ୍ତକରେ ଧାରଣ ପୂର୍ବକ ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ବାଣ, ବାଜା ଓ ମନ୍ତ୍ର ଧୋନି ରେ ଶୋଭାଯାତ୍ରାରେ ବାହାରିଥିଲେ l ରତ୍ନ କର୍ମକାଣ୍ଡ ଭୂଷଣ ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଙ୍କୁରା ରୋପଣ ବୁଧବାର କର୍ମାରମ୍ଭ ଶାଲାପୂଜା ଅଗ୍ନି ସ୍ଥାପନ ଆଦି ଦେବକାର୍ଯ୍ୟ ଅନୁଷ୍ଠିତ ହୋଇଛି l ଗୁରବାର ମହାସ୍ନାନ, ପ୍ରାଣ ପ୍ରତିଷ୍ଟା, ନାମଯଜ୍ଞ ଅଧିବାସ ଏବଂ ପ୍ରବଚନ କାର୍ଯ୍ୟକ୍ରମ ରହିଛି l ଶୁକ୍ରବାର ନାମ ଯଜ୍ଞ ଆରମ୍ଭ, ଦେବତା ବିଜେ କାର୍ଯ୍ୟକ୍ରମ ଆୟୋଜିତ ହେବାନେଇ ନିର୍ଦ୍ଧାରିତ ହୋଇଛି l ଗ୍ରାମ୍ୟ ପୁରୋହିତ ଲକ୍ଷ୍ମୀ ନାରାୟଣ ପଣ୍ଡା ଦେବକାର୍ଯ୍ୟ ସୁପରିଚାଳନା ଦାୟିତ୍ୱ ସମ୍ପର୍ଣ୍ଣ କରୁଛନ୍ତି l ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ବଡ଼ କାଇଁଚପୁର ଗ୍ରାମବାସୀ ବୃନ୍ଦ
ସୁପରିଚାଳନା ରେ ସହଯୋଗ କରୁଛନ୍ତି l