October 5, 2024

ଜଳସେଚନ ବିଭାଗ ତରଫରୂ ରବି ଚାଷକୁ ନେଇ ସାଧାରଣ ବୈଠକ 

Share

ଜଳସେଚନ ବିଭାଗ ତରଫରୂ ରବି ଚାଷକୁ ନେଇ ସାଧାରଣ ବୈଠକ
ବୁଗୁଡା ୨୯/୧୧/୨୩
ବୁଗୁଡା ଜଳସେଚନ କଲୋନୀସ୍ଥିତ କାର୍ଯ୍ୟାଳୟରେ ବୁଧବାର ଦିନ ଜଳସେଚନ ବିଭାଗ ତରଫରୁ ରବି ଚାଷକୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ
ବାଘୂଆ ଜଳସେଚନ ଉପବିଭାଜନର ଅଧ୍ୟକ୍ଷ ତଥା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କୃଷ୍ଣ ଚନ୍ଦ୍ର ପାଳ ସଭାପତିତ୍ବ କରିଥିଲେ। ପ୍ରଥମେ ସହ ନିର୍ବାହୀ ଯନ୍ତ୍ରୀବୈଠକରେ ଉପସ୍ଥିତ ଥିବା  ସମସ୍ତ ଚାଷୀଙ୍କୁ ସ୍ବାଗତ ଜଣାଇ ଥିଲେ।ସେ ତାଙ୍କ ବକ୍ତବ୍ଯରେ ବାଘୂଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୩୧୦୦ ହେକ୍ଟର ମିଟର ହୋଇଥିବା ସ୍ଥଳେ ବର୍ତ୍ତମାନ ଜଳଭଣ୍ଡାରରେ ୪୪୪.୫୪ ହେକ୍ଟର ମିଟର ଜଳ ଗଛିତ ଅଛି ,ଯାହାକି ମୋଟ ଜଳଧାରଣ କ୍ଷମତାର ଶତକଡା ୧୪.୩୪ ଅଟେ।ଆଗାମୀ ଗ୍ରୀଷ୍ମ ଋତୁରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ପାନୀୟଜଳ ଯୋଗାଣକୁ ଦୃଷ୍ଟି ଆଗରେ ରଖି ଚଳିତ ରବି ଚାଷ ନିମନ୍ତେ ବାଘୂଆ ଜଳଭଣ୍ଡାରରୁ ଜଳ ଯୋଗାଣ ସମ୍ଭବ ହୋଇପାରିବ ନାହିଁ ବୋଲି ସେ ଚାଷୀମାନଙ୍କୁ ଅବଗତ କରାଇ ଥିଲେ। ତେଣୁ ବାଘୂଆ ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରି କୈଣସି ଚାଷ ନକରିବାକୁ ଯନ୍ତ୍ରୀ ଚାଷିମାନଙ୍କୁ ଅନୁରୋଧ କରିବୀ ସହ
ଅନ୍ଯ ଚାଷୀ ଭାଇ ମାନଙ୍କୁ ଏ ବିଷୟ ଅବଗତ କରାଇବା ସକାଶେ ସେ ସଭ୍ଯ ମାନଙ୍କୁ ପୁଣି ଅନୁରୋଧ କରିଥିଲେ।
ବୈଠକରେ ବ୍ଳକ କୃଷି ଅଧିକାରୀ ଦିବ୍ଯ ରଂଜନ ମାଝୀ ,ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ, କେଶବ ଚନ୍ଦ୍ର ଖଟାଇ, ବୈଜୟନ୍ତୀ ସାହୁଙ୍କ ସମେତ ଚାଷୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ସହକାରୀ ଯନ୍ତ୍ରୀ କେଶବ ଚନ୍ଦ୍ର  ଖଟାଇ ସ୍ବାଗତ ଭାଷଣ ଦେଇ ଥିବା ବେଳେ ଅନ୍ୟତମ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।