ବ୍ରହ୍ମଗିରି ବ୍ଲକର ପଲଙ୍କ ସ୍ଥିତ ମାର୍ସ ଓଡ଼ିଶା ସମୀଳନ କକ୍ଷ ଠାରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ର ନେହରୁ ଯୁବ କେନ୍ଦ୍ର .ପୁରୀ ଓ ମାର୍ସ ଓଡ଼ିଶା ର ମିଳିତ ସହଯୋଗ ରେ ନିଶା ନିବାରଣ ଶିକ୍ଷା ଓ ସଚେତନ ତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି
ଦ୍ରହ୍ମଗିରି ତା29.10.24 ଆଜି ବ୍ରହ୍ମଗିରି ବ୍ଲକର ପଲଙ୍କ ସ୍ଥିତ ମାର୍ସ ଓଡ଼ିଶା ସମୀଳନ କକ୍ଷ ଠାରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ର ନେହରୁ ଯୁବ କେନ୍ଦ୍ର .ପୁରୀ ଓ ମାର୍ସ ଓଡ଼ିଶା ର ମିଳିତ ସହଯୋଗ ରେ ନିଶା ନିବାରଣ ଶିକ୍ଷା ଓ ସଚେତନ ତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ କୁ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ଲକ ଜନ ଶିକ୍ଷା ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ବୈଦ୍ୟନାଥ ମିଶ୍ର ଯୋଗଦାନ କରି ଔଷଧ ସେବନ କରି କିପରି ଜଣେ ଲୋକ ତାର ରୋଗ ପିଡାର କଷ୍ଟ କୁ ଲାଘବ କରିପାରେ ଏବଂ ଏହି ଔଷଧ ବ୍ୟବହାର ଯଦି ଦୀର୍ଘ ଦିନ ଧରି ସେବନ କରେ ସେ ଏଥିରେ ଅଭ୍ୟସ୍ଥ ହୋଇଥାଏ ସେହିପରି ପ୍ରଥମରୁ କୁ ସଙ୍ଗରେ ପଡି ଯୁବକମାନେ ନିଶାସେବନ କରୁ କରୁ ଅଭ୍ୟସ୍ଥ କିପରି ହୁଅନ୍ତି ସେ ବିଷୟ ରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ବୁଝାଇ ଥିଲେ ।ନିଶାସେବନ ଦ୍ବାରା ଅଭ୍ୟସ୍ଥ ହେଲାପରେ କେମିତି ଜଟିଳ ରୋଗର ଶିକାର ହୋଇ ଆର୍ଥିକ ଅବସ୍ଥା ବିଗିଡି ଯାଏ ତାହା ଉପରେ ଆଲୋକପାତ କରିଥିଲେ । ମଞ୍ଚାସୀନ ଅନ୍ୟତମ ଅତିଥି ମାନଙ୍କ ମଧ୍ଯ ରେ ମାର୍ସ ସାଧାରଣ ସଂପାଦକ ଭାସ୍କର ଚନ୍ଦ୍ର ପୂଜାରୀ ଯୋଗଦାନ କରି ମଦ୍ୟପାନ କରି ଗାଡି ଚଲାଇବା ଦ୍ବାରା ଜୀବନ ହାନି ହେଉଛି ଏବଂ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଛି ସେ ବିଷୟ ରେ ପରାମର୍ଶ ଦେଇଥିଲେ ଯୁବକ ମାନେ ନିଶାଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ ।ଅନ୍ୟତମ ସାମାଜିକ କର୍ମୀ ମହେନ୍ଦ୍ର ବାରିକ ଯୋଗଦାନ କରି ସମସ୍ତ ଯୁବ ସମାଜ ନିଶାକୁ ନା କହିବା ଓ ଏକ ନିଶାଯୁକ୍ତ ସମାଜ ଗଠନ କୁ ଆହ୍ବାନ କରିଥିଲେ । ଶେଷରେ ମାର୍ସ ଓଡ଼ିଶାର କୋଷାଧ୍ୟକ୍ଷ ଗୋପିନାଥ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ