ଉମରକୋଟ ନିକଟସ୍ଥ ବଡକୁମାରୀ ଗ୍ରାମ ରେ ଶେଷ ପର୍ଯ୍ୟାୟ ରେ କାଳୀ ପୂଜା ପ୍ରସ୍ତୁତି, ପୂଜା ପାଇବେ ୪୫ ଫୁଟ ର ମୂର୍ତ୍ତି………….
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଆସୁଛି ଦୀପାବଳୀ । ଓଡ଼ିଶା ରେ ପୁର ପଲ୍ଲୀ ରେ ପୂଜା ପାଇବେ ମାଁ କାଳୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ମଧ୍ୟ କାଳୀ ପୂଜା ପାଇଁ ପ୍ରସ୍ତୁତି ଜୋର ସୋର ରେ ଚାଲିଛି । ମୂର୍ତ୍ତି କାରିଗର ମୂର୍ତ୍ତି ତିଆରି ପାଇଁ ଲାଗି ପଡ଼ିଥିବା ବେଳେ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ରହିଛି । ପୂଜା ମଣ୍ଡପ ରେ ମଞ୍ଚା ବାନ୍ଧି ମୂର୍ତ୍ତି ଗଢ଼ିବା ରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର । ୪୫ ଫୁଟ ର ମାଁ କାଳୀ ଙ୍କ ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି ମାଲକାନଗିରି ରୁ ଆସିଥିବା ୨୦ କାରିଗର ।
୧୫ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ମୂର୍ତ୍ତି ତିଆରି କାମ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ବଡ଼କୁମାରୀ ୧ ନମ୍ବର ବଙ୍ଗୀୟ ଗ୍ରାମ ରେ ଦୀର୍ଘ ୬୦ ବର୍ଷ ଧରି ଏହି ଗ୍ରାମ ରେ ପୂଜା ପାଉଛନ୍ତି ମାଁ,ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ଫୁଟ ର କାଳି ମୂର୍ତ୍ତି ଏଠାରେ ପୂଜା ପାଇବେ । ଏଥିପାଇଁ ଗାଁ ପୂଜା କମିଟି ତରଫରୁ କରା ଯାଇଛି ବିଶେଷ ଆୟୋଜନ । ଏହି ପୂଜା ୧୦ଦିନ ଧରି ଚାଲିବ । ଏହି ପୂଜାରେ ବଙ୍ଗୀୟ ଓ ଅଧିବାସୀ ମାନେ ଭାଇଚାରା ର ଏହି ପୂଜା ପାଳନ କରିଥାନ୍ତି l ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଲାଣି । ମୂର୍ତ୍ତି ଗଢା କାମ ଏବେ ଶେଷ ପର୍ଯ୍ୟାୟ ରେ । କେବଳ ରଙ୍ଗ କାମ ବାକି ରହିଥିବା ବେଳେ ଏହି ପୂଜା ରେ ମୀନା ବଜାର ସହ ବିଭିନ୍ନ ଦୋକାନ ବଜାର ବସିଥାଏ । ବିହାର ରୁ ମୀନା ବଜାର ଆସିଥିବା ବେଳେ ଆସାମ, ତ୍ରିପୁରା, ଝାରଖଣ୍ଡ, କୋଲିକତା ଓ ଛତିଶଗଡରୁ ବ୍ୟବସୟୀ ଆସି ନିଜ ନିଜ ସାଜ ସଜା ରେ ଲାଗି ପଡିଛନ୍ତି ।ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରେକର୍ଡ ଡାନ୍ସ କାର୍ଯ୍ୟକ୍ରମ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ସହ ଜିଲ୍ଲା ବାହାରୁ ଏବଂ ପଡୋଶୀ ଛତିଶଗଡ ଓ ପଶ୍ଚିମବଙ୍ଗ ରୁ ବହୁ ଭକ୍ତ ଏହି ପୂଜା ଦେଖିବାକୁ ଆସନ୍ତି । ଜନ ଗହଳି କୁ ଆଖି ଆଗରେ ରଖି ସୁରକ୍ଷାପାଇଁ ସିସି ଟିଭି କେମେରା ସହ ବିଶେଷ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୂଜା କମିଟି ସଭାପତି ମୁନ୍ନା ଡାକୁଆ ।ମାଁ କାଳୀ ଙ୍କ ପୂଜା ହୋଇଥିବା ରୁ ଏହି ପୂଜା ରେ ଗ୍ରାମର ମହିଳା ଙ୍କ ବିଶେଷ ଭୂମିକା ରହିଥାଏ । ଏହି ପୂଜା ପାଇଁ ବଡ଼କୁମାରୀ ଗ୍ରାମ ର ବଙ୍ଗୀୟ ଓ ଆଦିବାସୀ ମହିଳା ମାନେ ସମସ୍ତ ଦାୟିତ୍ଵ ନେଇ ରୀତିନୀତି ରେ ସମସ୍ତ ପୂଜା କରିଥାନ୍ତି । ଏହି ବର୍ଷ ୧୦୦୦ ରୁ ଉର୍ଦ୍ଧ ଜଣ ମହିଳା ଉପବାସ ଓ ବ୍ରତ ରଖି ପୂଜା କରିବେ । ପୂଜା ରେ ଝୁଣା ଆରତୀ ସହ ୨୦ହଜାରରୁ ଉର୍ଦ୍ଧ ଦୀପ ପ୍ରଜ୍ବଳନ ର କାର୍ଯ୍ୟକ୍ରମ ରହିଛି ।ଏହି ପୂଜାରେ ବଡ଼କୁମାରୀ ଗ୍ରାମ ର ସମସ୍ତ ଲୋକେ ଏକାଠି ହୋଇ ଏହି ପୂଜା କୁ ଧୂମଧାମ ସହ ପାଳନ କରିବେ l