September 29, 2024

ଆମ ଓଡ଼ିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ ୧୨ଟି ପଞ୍ଚାୟତରେ ୧୮୬ଟି ପ୍ରକଳ୍ପ ପାଇଁ ୬କୋଟି ମଞ୍ଜୁର

Share

ଆମ ଓଡ଼ିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ

୧୨ଟି ପଞ୍ଚାୟତରେ ୧୮୬ଟି ପ୍ରକଳ୍ପ ପାଇଁ ୬କୋଟି ମଞ୍ଜୁର

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମିନି ଷ୍ଟାଡିୟମଠାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରେରୀପେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଘୋଷଣା କରାଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଉଦବୋଧନ ଦେଇ ବ୍ଲକର ୧୨ଗୋଟି ପଞ୍ଚାୟତରେ ୧୮୬ଗୋଟି ପ୍ରକଳ୍ପ ପାଇଁ ୬କୋଟି ଟଙ୍କା ଅନୁଦାନ ଆସିଥିବା ପ୍ରକାଶ କରିଥିଲେ।
ଏହି ଅନୁଦାନ ରାଶିକୁ ବ୍ଲକର ବିଭିନ୍ନ ଦେବାଳୟ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀ କେନ୍ଦ୍ର, ଜଗନ୍ନାଥ ସଂସ୍କୃତି ଓ ମନ୍ଦିର ସଂରକ୍ଷଣ , ଶିକ୍ଷା ଓ ସ୍ବାସ୍ଥ୍ୟର ରୂପାନ୍ତରୀକରଣ, ଗାଁ ଗୁଡ଼ିକର ଗମନାଗମନ ଓ ପରିବହନ ବ୍ୟାଙ୍କ ସେବା ତଥା କୃଷକ ସଶକ୍ତିକରଣ ଆଦି ଭଳି ପ୍ରକଳ୍ପରେ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତକୁ ୫୦ଲକ୍ଷ ଲେଖାଏଁ ପ୍ରକଳ୍ପ ଗୁଡ଼ିକ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ମଞ୍ଜୁର କରିଛନ୍ତି।
ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ପିଏ ଆଇଟିଡିଏ ଶାନ୍ତିପ୍ରଭା ପ୍ରଧାନ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ,ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ (କ) ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ (ଖ) ସୁରେଶ ଗମାଙ୍ଗ, ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ,
ବ୍ଲକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗି, ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା,ସୁଣ୍ଡିଢାମୁଣୀ ସରପଞ୍ଚ ଭାସ୍କର କାଡ୍ରାକା, ବ୍ଲକ ଯୁବ ସଭାପତି ସଞ୍ଜୟ ପ୍ରଧାନ, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା,
ବନମାଳୀ ମହାରଣା, ଜଗଦୀଶ ନାୟକ ବେହେରା, ମକରଧ୍ବଜ ଧୋବା, ସଞ୍ଜୀବ ଗାଣ୍ଟା, ଦାଶରଥ ଲିମା,ଗୋବିନ୍ଦ , ସିଂଙ୍କୁ ପଣ୍ଡା, ରଞ୍ଜନ ନାୟକ ବେହେରାଙ୍କ ସହ ସ୍ବୟଂ ସହାୟକ ଗୋଷ୍ଠୀ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ,ବ୍ଲକର ସମସ୍ତ ଅଧିକାରୀ କର୍ମଚାରୀଙ୍କ ସମେତ ୩ହଜାରରୁ ଅଧିକ ଜନସାଧାରଣ ଯୋଗଦାନ କରିଥିଲେ।।

ରିପୋର୍ଟ ସଞ୍ଜିବ କୁମାର ଦାଶ