June 18, 2026

କୁକୁଡ଼ାଖଣ୍ତି ବ୍ଲକର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଗସ୍ତ ‍ ମୁଖ୍ୟମନ୍ତ୍ରୀ ନବୀନ

IMG-20231030-WA0030
Share

କୁକୁଡ଼ାଖଣ୍ତି ବ୍ଲକର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଗସ୍ତ ‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦ ଯୋଗୁଁ କୁକୁଡ଼ାଖଣ୍ତି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ବହୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ବ୍ରହ୍ମପୁର ରୁ ରେଳଷ୍ଟେସନ ଟ୍ରେନ ଯୋଗେ କନ୍ୟା କୁମାରୀ ଠାରୁ ତ୍ରିଭେନ୍ଦ୍ରମ କୁ ତୀର୍ଥଯାତ୍ରା ଅଭିମୁଖୀ ପାଇଁ କୁକୁଡ଼ାଖଣ୍ତି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କୁ ଆସନ୍ତା କାଲି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶୁଭାରମ୍ଭ ହେବ ବୋଲି କୁକୁଡ଼ାଖଣ୍ତି ବ୍ଲକ ବିଡ଼ିଓ ପଲ୍ଲବୀ ସ୍ୱାଇଁ ସୂଚନା ଦେଇଛନ୍ତି। ଏଥିରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଙ୍କ ଶୁଭାରମ୍ଭ କରି ପତକା ଦେଖାଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି , ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ , ସମିତି ସଭ୍ୟ ବି. ରବିନ୍ଦ୍ର ପାତ୍ର, ମସିହାଖାଲି ସରପଞ୍ଚ କାପଲ ବୁଲୁ , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୃନ୍ଦାବନ ଖଟାଇ, ଗୋବିନ୍ଦ ଗୌଡ଼ , ସରପଞ୍ଚ ପ୍ରତିନିଧି ଟୁକୁନା ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ