ବାଲିହରଚଣ୍ଡୀ ଫାର୍ମରସ ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ
ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ପଲଙ୍କ ଗ୍ରାମଠାରେ ମାବସନ୍ତାର ମନ୍ଦିର ପରିସର ରେ ବାଲିହରଚଣ୍ଡୀ ଫାର୍ମରସ ପ୍ରଡ୍ୟୁସର କମ୍ପାନୀ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମକୁ ଭୃତିର ଜାତୀୟ ସଂଯୋଜକ କୃଷ୍ଣମୁର୍ତି ରେଡି ପ୍ରଦିପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଏହି ସଭାରେ ବିଭିନ୍ନ ଗ୍ରାମରୁ ବହୁସଂଖ୍ଯକ ଅଂଶୀଦାରମାନେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପୂଜାରୀ ସମସ୍ତ ଙ୍କୁ ସ୍ବାଗତ କରିଥିଲେ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଅନ୍ୟତମ ନିର୍ଦ୍ଦେଶକ ମଳୟ କୁମାର ପଲାଇ ବାର୍ଷିକ ବିବରଣୀ ପଠନ କରିଥିଲେ ।କମ୍ପାନୀର ମୁଖ୍ଯ ନିର୍ବାହୀ ଅଧିକାରୀ ଆଲୋକ ପୂଜାରୀ ବିଗତ ବର୍ଷ ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ଏହାକୁ ପାସ କରିଥିଲେ ।ଆଗାମୀବର୍ଷ ର ଦଜେଟ ସଭାରେ ହିସାବ ରକ୍ଷକ ଆଶିଷ କୁମାର ନାୟକ ଉପସ୍ଥାପନ କରିଥିଲେ ।ଏହି ସଭାରେ ଭୃତିର ଆଞ୍ଚଳିକ ମୁଖ୍ଯ ଶ୍ରୀମତୀ ସ୍ନିଗ୍ଧାଞ୍ଜଳୀ ମିଶ୍ର ଯୋଗଦାନ କରି କମ୍ପାନୀ କିପରି ଆଗକୁ ଯିବ ସେ ଦିଗରେ ପରାମର୍ଶ ଦେଇଥିଲେ । ଗ୍ରାମିଣ ବ୍ୟାଙ୍କ ବ୍ରହ୍ମଗିରି ଶାଖା ର ମ୍ୟାନେଜର ଶଶାଙ୍କ ଶେଖର ମାଝି ଯୋଗଦାନ କରି ବିଭିନ୍ନ ରୁଣ ଆଲୋଚନା କରିଥିଲେ ବ୍ଲକ କୃଷିଅଧିକାରୀଙ୍କ ତରଫରୁ ଉନ୍ଦ୍ରମଣୀ ଲେଙ୍କା କୃଷି ଓଭରସିୟର ଜୋଗଦାନ କରି ବିଭିନ୍ନ ସରକାରୀ ଯୋଜନା ବିଷୟ ରେ ସଭ୍ଯ ସଭ୍ଯା ମାନଙ୍କୁ ବୁଝାଇ ଥିଲେ ।ବ୍ଲକ ଉଦ୍ୟାନ ବିଭାଗ ତରଫରୁ ଅଧୀଶ୍ବର ଜେନା ଓ ବିରେନ୍ଦ୍ର ପରିଡା ଯୋଗଦାନ କରି ତାଙ୍କ ବିଭାଗ ର ସରକାରୀ ଯୋଜନା କୁ ଲୋକଙ୍କୁ ବୁଝାଇ ଥିଲେ ଭୃତିର ସେଲସ ଅଫିସର ଚନ୍ଦନ କୁମାର ବେହେରା ଯୋଗଦାନ କରି କମ୍ପାନୀର ଉତ୍ପାଦନ କୁ ରଲ ବଜାର ରେ ବିକ୍ରି କରାଯିବ ସେ ବିଷୟ ରେ ବୁଝାଇ ଥିଲେ । ମାର୍ସ ଓଡ଼ିଶାର ସଭାପତି ଦୈତାରୀ ପଲାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ଅଗ୍ରଣୀ ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
