March 11, 2026

ମା’ଶିଖର ବାସିନୀଙ୍କ ବାର୍ଷିକ ଉତ୍ସବ ପାଳିତ

IMG-20250930-WA0272
Share

 

 

ବୋଲଗଡ,(ଉପାନ୍ତ ଖବର ): ବୋଲଗଡ ବ୍ଲକ ଫାସିଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ମା’ଶିଖର ବାସିନୀ ମନ୍ଦିର ପରିଚାଳନା କମିଟି ଓ ଟାଙ୍ଗୀସାହି ଗ୍ରାମବାସୀମାନଙ୍କ ମିଳିତ ଆନୁକୂଲ୍ୟରେ ମା’ଶିଖର ବାସିନୀଙ୍କ ଶାରଦୀୟ ବାର୍ଷିକ ଉତ୍ସବ ୪ ଧରି ମହାଡମ୍ବର ସହକାରେ ପାଳିତ ହେଉଅଛି l ଉତ୍ସବର ପ୍ରଥମ ଦିବସରେ ଗ୍ରାମର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ହୋଇଥିବା ବେଳେ ବରିଷ୍ଠ ପୂଜକ ଅଚ୍ୟୁତ ପଣ୍ଡାଙ୍କ ଦ୍ୱାରା ଘଟ ସ୍ଥାପନ, ବିଘ୍ର ପ୍ରତିଷ୍ଠା, ସୂର୍ଯ୍ୟ ପୂଜା, ଗୋ ପୂଜା, ସମସ୍ତ ଦେବାଦେବୀ ପୂଜା କରି ହୋମ ଯଂଜ୍ଞ କରାଯାଇଥିଲା l ଟାଙ୍ଗୀସାହି ଗ୍ରାମ ତଥା ବିଶ୍ୱର କଲ୍ୟାଣ ନିମନ୍ତେ ପୂଜକ ଶ୍ରୀ ପଣ୍ଡାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଓ ନିମନ୍ତ୍ରିତ ଅତିଥିମାନେ ହୋମ ଯଂଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ l ମା’ଶିଖର ବାସିନୀ ଶାରଦୀୟ ବାର୍ଷିକ ଉତ୍ସବରେ ପ୍ରତେହ ରାତ୍ରରେ ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।