March 11, 2026

ନବରଙ୍ଗପୁର ଠାରେ ସୀମାନ୍ତ ପତ୍ରିକା ପୂଜା ସଂଖ୍ୟା ଉନ୍ମୋଚିତ….

IMG-20250930-WA0268
Share

 

ନବରଙ୍ଗପୁର ତା : 30.9.25(ଏମ୍.ଦୀନା°ଶୁ ଆଚାରୀ) ସ୍ଥାନୀୟ ମା ‘ ଭଣ୍ଡାର ଘରଣୀ ମନ୍ଦିର ପରିସରରେ ନବରଙ୍ଗପୁରରୁ ୧୯୮୧ ରୁ ପ୍ରକାଶିତ ହୋଇ ଏବେ ରାଜ୍ୟ ସ୍ତରରେ ମାନ୍ୟତା ଲାଭ କରିଥିବା ପତ୍ରିକା ” ସୃଜନ ସୀମାନ୍ତ ” ର ମହାପୂଜା ସଂଖ୍ୟା ନିରାଡ଼ମ୍ବର ଭାବରେ ଉନ୍ମୋଚିତ ହୋଇଯାଇଛି। ମାଆ ଭଣ୍ଡାର ଘରଣୀଙ୍କ ନିକଟରେ ପୂଜା ମାଧ୍ୟମରେ ସମର୍ପିତ ହୋଇ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହେବା ପରେ ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ମଞ୍ଚରେ ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ଜଗନ୍ନାଥ ମହାପାତ୍ର, ଝାଡ଼େଶ୍ୱର ଖାଡ଼ଙ୍ଗା, ୱାଇ. ପ୍ରଭାକର ପାତ୍ର, ଡ଼ଃ. ରଘୁନାଥ ଶତପଥି, ସୁରେଶ ଚନ୍ଦ୍ର ମିଶ୍ର,ରାମକୃଷ୍ଣ ପାତ୍ର, ଜି. ଭେଙ୍କେଟ ରେଡ୍ଡୀ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ସତ୍ୟନାରାୟଣ ନାୟକ, ପି. ରବିକାନ୍ତ ରଘୁରାମ ଏବଂ ସୁଧିରାଜ ରାଉତ ଉପସ୍ଥିତ ରହିଥିଲେ। ସାନ୍ଧ୍ୟ କାଳୀନ ଲୋକାର୍ପଣ ମୁହୂର୍ତ୍ତରେ ନବରଙ୍ଗପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀଙ୍କ ସମେତ ଭଣ୍ଡାର ଘରଣୀ କମିଟିର ସକ୍ରିୟ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ବହୁ ସାହିତ୍ୟ, ସଂସ୍କୃତି କଳାପ୍ରେମୀ ସାମିଲ ହୋଇଥିଲେ। ନବରଙ୍ଗପୁର ଭଳି ସୀମାନ୍ତ ଅଞ୍ଚଳରୁ ଏପରି ପ୍ରସିଦ୍ଧ ସାହିତ୍ୟ ପତ୍ରିକା ପ୍ରକାଶନ ସହ ଏ ଅଞ୍ଚଳର ସାହିତ୍ୟ ସଂସ୍କୃତିର ପ୍ରସାର କରୁଥିବା ଯୋଗୁଁ ସୀମାନ୍ତ ସାହିତ୍ୟ ପରିବାରର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ପ୍ରଶଂସା କରାଯାଇଛି।