ଆଜିର ଖବର…
୧-କ୍ୟାବିନେଟ୍ ରେ ୪ଟି ପ୍ରସ୍ତାବକୁ ମୋହର: ଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି ମଞ୍ଜୁର, ରାତିରେ ମହିଳା କର୍ମଚାରୀ ଚାହିଁଲେ କାମ କରିପାରିବେ।ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବ । ୧୨ହଜାର କୋଟିରେ ହେବ ୨୨୦୦ ଆଦର୍ଶ ସ୍କୁଲ।
୨-ଭୁବନେଶ୍ବର:୧୧ ବର୍ଷ ଧରି କ୍ଷତିରେ ଚାଲିଛି ଅର୍ଥ ନିଗମ,ଋଣ ୨୪୪ କୋଟି,ସୁଧ ୯୬୧୬;କୋଟି।
୩-ଭୁବନେଶ୍ବର:ପୂଜା ମଣ୍ଡପ ବୁଲିବା ବେଳେ ସାବଧାନ ରୁହନ୍ତୁ ଶ୍ରଦ୍ଧାଳୁ। ଟିକିଏ ଅନ୍ୟମନସ୍କ ହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର। କାରଣ ଭିଡ଼ ଭିତରେ ଲୁଚିଛନ୍ତି ଲୁଟେରା, ପକେଟମାର ଓ ଛିନତାଇ ଚୋର।
୪-ମାଆଙ୍କୁ ଦେଖିବାକୁ ମଣ୍ଡପ ମୁହାଁ ରାଜଧାନୀବାସୀ,କିନ୍ତୁ ଚାରିଆଡେ ଖଚାଖଚ୍ ଭିଡ଼,ଶହେ ମିଟର ଗାଡ଼ି ଗଡ଼ିବା ପାଇଁ ଲାଗି ଯାଉଛି ଦୀର୍ଘ ସମୟ ।
୫-ପୂରାତନ ଦୁର୍ଗାପୂଜା ମଣ୍ଡପକୁ ସହାୟତା,ଯାଞ୍ଚ ସରିଲେ ଦିଆଯିବ ଆର୍ଥିକ ସହାୟତା ରାଶି।
୬-ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ, କାର୍ଯ୍ୟକାରୀ ହେବ ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ଯୋଜନା।
୭-ଦୁର୍ଗାପୂଜା ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା ବ୍ଯବସ୍ଥା କଡାକଡି,ଟୁଇନ୍ ସିଟିରେ ୬୧ପ୍ଲାଟୁନ୍ ଫୋର୍ସ ମୁତୟନ।
୮-କଟକ:ଉପର ପଡ଼ିଆରେ ବି ହେବ ବାଲିଯାତ୍ରା,ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ।
୯-ସମ୍ବଲପୁର:ହୀରାକୁଦର ଆଉ ଦୁଇଟି ଗେଟ ଖୋଲିଲା, ୮ ଫାଟକ ଦେଇ ଜଳ ନିଷ୍କାସନ ଜାରି।
୧୦-ସୋର:ରାସ୍ତାରେ କ୍ରିକେଟ ମ୍ଯାଚ ଦେଖିବା ଘଟଣାରେ ୫ ଗିରଫ, IICଙ୍କୁ ଚାପୁଡା ମାଡର ଭିଡିଓ ପ୍ରଘଟ।
୧୧-ଛତିଶଗଡ:ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓ ନେତା, ୩ କ୍ୟାଡର ମାଓବାଦୀ ନିହତ।
୧୨-ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୧ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।
୧୩-ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିସ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ଅନ୍ତର୍ଜାତୀୟ ଉଚ୍ଚଶିକ୍ଷା ଉତ୍କର୍ଷତା ପୁରସ୍କାର ପ୍ରଦାନ।
୧୪-ଜରୁରୀ ସେବାରେ ଥିବା କର୍ମଚାରୀଙ୍କ ପାଇଁ ପର୍ବପର୍ବାଣୀ କିଛି ନଥାଏ। ସେ ଡାକ୍ତର ହୁଅନ୍ତୁ ଅବା ନର୍ସ। କି ପୋଲିସ ହୁଅନ୍ତୁ ଅବା ଅଗ୍ନିଶମ କର୍ମଚାରୀ। ଏମାନଙ୍କ ପାଇଁ ସବୁ ଦିନ ସମାନ। ଡ୍ୟୁଟି ହିଁ ଏମାନଙ୍କ ଭଗବାନ।
୧୫-ଦୁବାଇ:ଏସିଆ କପରେ ହାଇଡ୍ରାମା,ଟ୍ରଫି ନେଇ ପଳାଇଲେ ନକଭି।
୧୬-ମହିଳା ଦିନିକିଆ କ୍ରିକେଟ୍ ବିଶ୍ବକପ୍ ଆଜିଠାରୁ,ଭାରତ- ଶ୍ରୀଲଙ୍କା ଉଦଘାଟନୀ ମୁକାବିଲା।
୧୭-ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୧୮-ମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ,ଏସିଆ କପ୍ର ମ୍ୟାଚ୍ ଫି’ ଭାରତୀୟ ସେନାକୁ କଲେ ସମର୍ପିତ।
୧୯-ତାମିଲନାଡୁ ଦଳାଚକଟା ଘଟଣାରେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ କମିଟିର ତଦନ୍ତ ଆରମ୍ଭ : କରୁର ଯିବେ ଏନଡିଏ ପ୍ରତିନିଧିମଣ୍ଡଳୀ।
୨୦-ବିଦେଶୀ ଫିଲ୍ମରେ ଟ୍ରମ୍ପଙ୍କ ୧୦୦%ଶୁଳ୍କ ପ୍ରସ୍ତାବ,ପ୍ରଭାବିତ ହେବ ଭାରତୀୟ କାରବାର।
🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏
