September 21, 2026

ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ କିନ୍ନର ଓ ମହିଳା ଦୁର୍ବୁତଙ୍କ ଆତଙ୍କରାଜ..

IMG-20240930-WA0023
Share

ଭୁବନେଶ୍ଵର, ତା ୩୦/୦୯. ଭୁବନେଶ୍ଵର ରେଳଓ୍ବେ ଷ୍ଟେସନ କୁ ଟିକଟ କାଉଣ୍ଟର ରୁ ବାହରକୁ ବାହାରିବା ସମୟରେ ଧକ୍କା ମାରି ଜୋରଜବରଦସ୍ତ ୬୫୦ ଟଙ୍କାରୁ ଉର୍ଦ୍ଧ୍ବ ଲୁଟି ନେଇଥିବା ଛାତ୍ର ନେତା ଶଶାଙ୍କ ପାତ୍ର ଆଜି ରେଳଓ୍ବେ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଛନ୍ତି। ଅଖିଳ ଭାରତ କ୍ରାନ୍ତିକାରୀ ଛାତ୍ର ସଂଗଠନ ର ରାଜ୍ୟ ନେତା ଶଶାଙ୍କ ପାତ୍ର ଗତକାଲି ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ କମିଟି ସାଥୀ ମାନଙ୍କ ପଞ୍ଜାବ ଅମୃତସର ଟିକଟ କରିବା ପାଇଁ ପାର୍ଟିର ରାଜ୍ୟ ସଂପାଦିକା କମ୍ରେଡ ପ୍ରମିଳାଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଇଥିଲେ। ୮ ଜଣଙ୍କ ଟିକଟ କରି ବାହରକୁ ଆସିବା ସମୟରେ ଡ଼ଲି ମା ଗୋଷ୍ଠୀ ର ପରିଚୟ ଦେଉଥିବା ଚିଣ୍ଟି ଆଜି ଛାତ୍ର ନେତା ଶଶାଙ୍କ ଙ୍କୁ ଟଂକା ମାଗିବା ଏବଂ ମନାକଲାପରେ ପକେଟ୍ ରୁ ଜୋର ଜବରଦସ୍ତ ଲୁଟିନେବା ସ୍ମାର୍ଟ ସିଟିର ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରତିବାଦ କଲେ ମୋବାଇଲ ଛଡ଼ାଇ ନେବା, ଧକ୍କା ମାରିବା, ଟଙ୍କା ଲୁଟିନେଇ ଆତଙ୍କ ସୃଷ୍ଟି କରୁଛନ୍ତି। ଏହାର ଫୋଟୋ ସହ ଏତଲା ଦିଆଯାଇଛି। ଯାତ୍ରୀମାନଙ୍କ ବ୍ୟସ୍ତତା ର ସୁଯୋଗ ନେଇ କିନ୍ନର ଓ କେତେକ ମହିଳା ଦୁର୍ବୁତ ଆତଙ୍କ ରାଜ ଚଲାଇ ଆସୁଛନ୍ତି। ଏହାକୁ ଦୃଢ଼ ହସ୍ତରେ ଦମନ କରିବା ସହ ଯାତ୍ରୀମାନଙ୍କ ଧନ ଜୀବନକୁ ସୁରକ୍ଷା ଦେବା ସହ ଲୁଟି ନେଇଥିବା ଟଙ୍କାକୁ ଉଦ୍ଧାର କରିବା ସହ ଅପରାଧୀମାନଙ୍କୁ ଗିରଫ କରିବାପାଇଁ ନିବେଦନ କରିଛନ୍ତି। ଏତଲା ଦେବା ସମୟରେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ର ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା ଏବଂ ରାଜ୍ୟ କମିଟି ସଦସ୍ୟ ବିଚିତ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗତକାଲି କିନ୍ନର ମାନଙ୍କ ବିଭିନ୍ନ ଗୋଷ୍ଠୀ ସହ ସମ୍ପର୍କ କରି ଖବର ନିଆଯାଇଥିଲା କିନ୍ତୁ ଡଲିମା ଗୋଷ୍ଠୀ ମନା କରିବା ସହ ଅନ୍ୟ ଗୋଷ୍ଠୀ ମଧ୍ୟ ମନାକରିଥିଲେ।