September 30, 2024

ଜାତୀୟ ବର୍ଷା ନୃତ୍ୟ ଓ ସଂଗୀତ ମହୋତ୍ସବ ଏବଂ ମେଘମହ୍ଲାର ସମ୍ମାନ 2024 ପ୍ରଦାନ ଉର୍ତ୍ସବ ଅନୁଷ୍ଠିତ ..

Share

     ପୁରୀ ଚକ୍ରତୀର୍ଥ ରୋଡ଼ ସଂସ୍କୃତି ଭବନ ପରିସରରେ ଜାତୀୟ ବର୍ଷା ନୃତ୍ୟ ଓ ସଂଗୀତ ମହୋତ୍ସବ ଏବଂ ମେଘମହ୍ଲାର ସମ୍ମାନ ୨୦୨୪ ପୁରୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ମହାସମାରୋହ ରେ ପାଳନ କରାଯାଇଛି l ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଓ ସଂଗୀତକୁ ପ୍ରୋତ୍ସାହିତ କରିବା ନିମନ୍ତେ ଯୁବପିଢ଼ିର କଳାକାର ମାନଙ୍କୁ ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଉର୍ତ୍ସବର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ କଳାକାର ମାନେ ଅଂଶଗ୍ରହଣ କରିବା ସହ ନିଜର ନୃତ୍ୟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ l ଗୁରୁ ବିଶ୍ୱଜିତ ଦାସ, ଗୁରୁ କୃଷ୍ଣ କୁମାର ଦାସ, ଗୁରୁ ରୋଜାଲିନ ମହାନ୍ତି, ଗୁରୁ ବିବେକ ମହାନ୍ତି, ଗୁରୁ ରାଜେଶ ସାହୁ, ଗୁରୁ ରିସିତା ପାତ୍ର, ଗୁରୁ ନାରାୟଣ ପାଣ୍ଡେଙ୍କ ଶିଶ୍ୟ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ମେଘ ମହ୍ଲାର ସମ୍ମାନ ୨୦୨୪ ରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ମୁଖ୍ୟବକ୍ତା ଶ୍ରୀଜଗନ୍ନାଥ ମନ୍ଦିର ବରିଷ୍ଠ ସେବାୟତ ଭଗବାନ ସୁଆର, ସମ୍ମାନିତ ଅତିଥି ରୂପେ ଉସ୍ତି ଫାଉଣ୍ଡେସନ ର ସେକ୍ରେଟାରୀ ରତନ ବାରିକ ମଞ୍ଚାସିନ ଥିଲେ l ଅନୁଷ୍ଠାନ ତରଫରୁ ଓସ୍ତି ଫାଉଣ୍ଡେସନ ର ମୁଖ୍ୟ ପରିଚାଳକ କୁର୍ତ ବର୍କୀଙ୍କୁ ପୁରୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ନୃତ୍ୟନିପୁଣା ଓଡିଶୀ ନୃତ୍ୟ ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କ ପରିଚାଳନା ରେ ଏବଂ ଡାଇରେକ୍ଟର ପ୍ରିୟଙ୍କା ମିଶ୍ରଙ୍କ ନୃତ୍ୟ ସଂଯୋଜନା ରେ ନୃତ୍ୟଶିଳ୍ପୀ ମାନେ ସମ୍ବଲପୁରୀ ନୃତ୍ୟ କରି ସମ୍ମାନିତ ହୋଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ