September 30, 2024

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିରଗୁଣୁପୁର ଠାରେ ଅନୁଷ୍ଠିତ

Share

 

 

ରାୟଗଡା : ତା. ୨୯ ସେପ୍ଟେମ୍ୱର ୨୦୨୪ ରବିବାରସ ଦିନ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ଓଡ଼ିଶାର ସର୍ବବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମଟି ଗୁଣୁପୁର ସାରସ ଅଙ୍ଗଲୋ ବେଦିକ ସ୍କୁଲ ପରିସରରେ ସବୁ ମାସର ଶେଷ ରବିବାର ଭଳି ଅନୁଷ୍ଠିତ କରାଯାଇଅଛି. ଉକ୍ତ ଶିବିରକୁ ଅଖିଳ ଭାରତ ସନ୍ଥ ସମିତି ପୂର୍ବ ଭାରତ ମନ୍ତ୍ରି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଚେୟାରମ୍ଯାନ ସ୍ଵାମି ନିର୍ବାଣାନନ୍ଦ ଗିରି ଙ୍କ ସଭାପତିତ୍ୱରେ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ନାରାୟଣ ସେବା ସଭାପତି ଶ୍ରୀ ସୁବୁଦ୍ଧି ଭେଙ୍କେଟ ରାଓ,ଶ୍ରୀ ବାଦଲ ପାଣି,ଶ୍ରୀ ଶିବପ୍ରସାଦ ବେହେରା, ଶ୍ରୀ ଲାଡି ଗୋପାଳ,ଶ୍ରୀ ଗୋବିନ୍ଦ ଗୋଗରଙ୍ଗା,ଶ୍ରୀ ଲାଲୁ ନାୟକ,ଶ୍ରୀ ନାରାୟଣ ମହାରଣା, (ସମାଜସେବୀ ବୃନ୍ଦ) ଏବଂ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୯୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୧୬ ଙ୍କୁ ଚସମା ଦିଆ ଗଲା, ମୋଟ ୪୬ ଜଣ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ଆଜି ୩୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଗଲେ. ୧୯ ଜଣ ଙ୍କର ରେଟିନା ଚେକ ଅପ କରଗଲା. କାର୍ଯ୍ୟକ୍ରମ ଶେଷରେ ସମସ୍ତ ଚକ୍ଷୁ ରୋଗି,ହସ୍ପିଟାଲ ଷ୍ଟାଫ, ସମାଜସେବୀମାନେ ଅନ୍ନପ୍ରସାଦ ସେବନ କରିଥିଲେ ଓ ସର୍ଜରୀ ହୋଇଥିବା ଚକ୍ଷୁ ରୋଗୀ ମାନଙ୍କୁ ବୃକ୍ଷ ଚରା ବଣ୍ଟନ କରାଗଲା.

ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ଭଗବାନ ପଣ୍ଡା (ଚିଫ ଅପଟୋମେଟ୍ରିଷ୍ଟ), ଶ୍ରୀ ମୁକେଶ ପାଣିଗ୍ରାହୀ, ମିସ ପ୍ରଜନୀ , ମିସ ଅମ୍ବିକା, ମିସ ଶୁଭଶ୍ରୀ, ମିସ ଶ୍ରାବଣୀ (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢି ଶିବିରକୁ ପରିଚାଳନା କରିଥିଲେ.

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ