ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର..
ବାଲେଶ୍ୱର ( ଦେବାଶିଷ ଦାଶ )
ଫକୀରମୋହନ ବିଶ୍ୱବିଦ୍ୟାଳୟ, ବା ଲେଶ୍ୱର ଠାରେ ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ର, ଭୁବନେଶ୍ୱର ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଉପଲକ୍ଷେ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଆରମ୍ଭ ହୋଇଯାଇଛି।
ସଭାରେ ପ୍ରଫେସର ଦେବାଶିଷ ପାତ୍ର (ମୁଖ୍ୟ, ଭାଷା ଓ ସାହିତ୍ୟ ବିଭାଗ) ସ୍ବାଗତ ଭାଷଣ ଦେଇଥିଲେ ଓ ଆଲୋଚନାଚକ୍ରର ଉଦ୍ଦେଶ୍ୟ ବିଷୟରେ ପ୍ରସ୍ତାବନା କରିଥିଲେ।
ମୁଖ୍ୟ ଅତିଥି ଭାବେ ଉପସ୍ଥିତ ମାନନୀୟ ସାଂସଦ (ବାଲେଶ୍ୱର) ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ଉଦବୋଧନରେ, ଡ଼କ୍ଟର ହରେକୃଷ୍ଣ ମହତାବ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତର ସ୍ଵାଧୀନତା ସଂଗ୍ରାମ ଓ ରାଜନୀତିରେ ଏକ ଅମଳିନ ବ୍ଯକ୍ତିତ୍ବ କହି ସମ୍ବୋଧନ କରିଥିଲେ। ରାଜନୀତି ସହ ସାହିତ୍ୟ, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ଆଜିର ପିଢ଼ୀ ପାଇଁ ପ୍ରେରଣାଦାୟକ ଏଣୁ ସେ ଇତିହାସରେ ଛାଡିଯାଇଥିବା କୃତିତ୍ବକୁ ଅନୁସରଣ ତଥା ତାଙ୍କ ଜୀବନଦର୍ଶନେର ଅନୁପ୍ରାଣିତ ହେବାପାଇଁ ସମସ୍ତକୁ ଉତ୍ସାହିତ କରିଥିଲେ।
ସମ୍ମାନୀତ ଅତିଥି ଭାବେ ମାନନୀୟ ବିଧାୟକ (ନୀଳଗିରି) ଶ୍ରୀ ସନ୍ତୋଷ କୁମାର ଖଟୁଆ ଯୋଗଦେଇ, ମହତାବଙ୍କ ସାହସିକ ନେତୃତ୍ୱ ଓଡ଼ିଶାର ପରିଚୟକୁ ନବ ଦିଗ ଦେଇଥିବାରୁ ତାଙ୍କୁ ‘ଉତ୍କଳ କେଶରୀ’ ଭାବରେ ସମ୍ମାନିତ କରାଯାଇଥିଲା ଓ ଆଜିର ଯୁବବର୍ଗ
ମାନେ ତାଙ୍କର ସାହସ, ସତ୍ୟନିଷ୍ଠା ଓ ସ୍ୱପ୍ନକୁ ଅନୁସରଣ କରିବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ ।
ମୁଖ୍ୟବକ୍ତା ତଥା ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଶ୍ରୀ ଦାସ ବେନହୁର ଏକ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି କହିଲେ , “ମହତାବ ଜଣେ ପାନ୍ଥଶାଳା, ଜନନେତା ତଥା ମାନବତା ଓ ଜାତୀୟତା ସହ ସାହିତ୍ୟିକ, ସାମାଜିକ ଓ ରାଜନୀତିକ ପ୍ରତୀକ ଥିଲେ । ତାଙ୍କ ଲେଖା ‘ଗାଳ୍ପିକ’ ଓ ‘ଇତିହାସିକ’ ପରମ୍ପରାରେ ଆଜିମଧ୍ୟ ସମାନ ପ୍ରସଙ୍ଗିକ କହି ବିଭିନ୍ନ ପ୍ରତିଷ୍ଠିତ ଲେଖକମାନଙ୍କ ଲେଖନୀରେ ମହତାବଙ୍କ ବ୍ୟକ୍ତିତ୍ବକୁ ବ୍ୟାଖ୍ୟା କରିଥିଲେ।
କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସମ୍ମାନୀୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅଭିଭାଷଣରେ
ଡ଼କ୍ଟର ମହତାବଙ୍କୁ ଜଣେ ସାମଗ୍ରିକ ବ୍ୟକ୍ତିତ୍ବ ତଥା ‘ନବଉତ୍କଳର ନିର୍ମାତା’ କହି ସମ୍ବୋଧନ କରିଥିଲେ ଓ ତାଙ୍କ ବିନା ଓଡ଼ିଶାର ସ୍ଵାଧୀନ ପରିଚୟକୁ ଚିନ୍ତା କରିହେବ ନାହିଁ। ବିଶ୍ୱବିଦ୍ୟାଳୟ ପକ୍ଷରୁ ମହତାବଙ୍କ ନାମରେ ନାମିତ କେନ୍ଦ୍ରୀୟ ପାଠାଗାରକୁ ନେଇ ଗର୍ବୀତ ହେବାସହ ତାଙ୍କର ମୂଲ୍ୟବୋଧକୁ ଯୁବପିଢ଼ୀଙ୍କ ପାଖରେ ପହଞ୍ଚାଇବାରେ ପ୍ରୟାସ ଜାରି ରହିବା ନେଇ ଆଶାବ୍ୟକ୍ତ କରିଥିଲେ।
ପ୍ରଫେସର ଉପେନ୍ଦ୍ର ପାଢ଼ୀ (ସଚିବ, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ର- ଭୂବନେଶ୍ବର) ସମସ୍ତଙ୍କୁ କୃତଜ୍ଞତା ଜଣାଇ, ମହତାବଙ୍କ ଚିନ୍ତାଧାରାକୁ ଆଜିର ଶିକ୍ଷା, ସାହିତ୍ୟ ଓ ସମାଜଚର୍ଚ୍ଚାରେ ସାମିଲ କରାଯିବା ସହ ଗବେଷଣା ଓ ଅଧ୍ୟୟନ କରାଇବା ପାଇଁ ଏହିପରି ପ୍ରୟାସ ଆଗକୁ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ଏଥିସହ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ଗବେଷଣାତ୍ମକ ଉନ୍ନତିକରଣରେ ସହାୟତା ପାଇଁ ପ୍ରସ୍ତାବ ରଖିଥିଲେ।
ଦୁଇ ଦିନରେ ପାଞ୍ଚଟି ଆଲୋଚନାଚକ୍ର ଅଧିବେଶନରେ “ଓଡ଼ିଆ ସାହିତ୍ୟର ମାର୍ଗଦର୍ଶକ ଡ଼କ୍ଟର ହରେକୃଷ୍ଣ ମହତାବ”, “ଓଡ଼ିଆ ସାମ୍ବାଦିକତାର ନବଦିଗନ୍ତ”, “ସ୍ବାଧୀନତା ସଂଗ୍ରାମ”, “ନବଉତ୍କଳ ନିର୍ମାତା” ଓ “ସ୍ବାଧୀନୋତ୍ତର ଓଡ଼ିଶାର ରାଜନୀତି” ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି।
କାର୍ଯ୍ୟକ୍ରମରେ ବାଲେଶ୍ୱରର ପ୍ରମୁଖ ସାହିତ୍ୟିକ, ଗାଳ୍ପିକ, ଔପନ୍ୟାସିକ, ବରିଷ୍ଠ ସାମ୍ବାଦିକ, ଶିକ୍ଷାବିତ, ଛାତ୍ର, ଗବେଷକ, ଅଧ୍ୟାପକ-ଅଧ୍ୟାପିକାମାନେ ସକ୍ରିୟ ଭାଗଗ୍ରହଣ କରିଥିଲେ।
