March 11, 2026
IMG-20250830-WA0027
Share

 

 

ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ

 

ଶନିବାର ଅପରାହ୍ନ ୩ଟା ସମୟରେ ଭେଡେନ ବ୍ଲକ ଅପାମରା ମାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ମା ମାହେଶ୍ୱରୀ ସେନା ଓ ଅପାମରା ଗ୍ରାମବାସୀଙ୍କ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମା ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚନା କରାଯାଇ ଏହି ରକ୍ତଦାନ ଶିବିରକୁ ମା ମାହେଶ୍ୱରୀ ମନ୍ଦିରର ବେଜି ( ବରୁଆ ) କେଶବ ମହାକୁର ଓ ଭୁବନେଶ୍ୱର ଡୁମାଲ ସମାଜର ସମ୍ପାଦକ ଧନୁର୍ଜୟ ମାହାର ଫିତାକାଟି ଉଦଘାଟିତ କରିଥିଲେ l ଗତ ଶୁକ୍ରବାର ରାତିରେ ଦୁର୍ବୁତ୍ତ ମାନଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବାଘମାରୀ ଗାଁ ମା ମାହେଶ୍ୱରୀ ସେନାର ସକ୍ରିୟ ସଦସ୍ୟ ସ୍ବର୍ଗତ ଅଜିତ ଖଣ୍ଡଗିରିଙ୍କର ଅମର ଆତ୍ମାର ସଦଗତି ପାଇଁ ମା ମାହେଶ୍ୱରୀ ସେନା ତରଫରୁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ବରଗଡ ରକ୍ତଭଣ୍ଡାରର କାଉନସେଲର ଅମରଜିତ ମହାନ୍ତି,ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା l ଏହି ଶିବିରରେ ୨ ଜଣ ମହିଳା ଓ ୨୩ଜଣ ପୁରୁଷଙ୍କ ସମେତ ସର୍ବମୋଟ ୨୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏହି ଶିବିରକୁ ମାଁ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ଓ ଅପାମରା ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ l