ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳିତ
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଅଗଷ୍ଟ 29 ତାରିଖ କୁ ଜାତୀୟ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦ ଜନ୍ମ ଦିନ କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ l ଏହି ଅବସରରେ ଯୁବ ବ୍ୟାପର ଓ କ୍ରୀଡା ମନ୍ତ୍ରାଳୟ ଗଞ୍ଜାମ ଜିଲ୍ଲା ମେରା ଯୁବା ଭାରତ ପକ୍ଷରୁ ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଆନୁକୂଲ୍ୟରେ ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ
ପଞ୍ଚାୟତ ର ପୋଡ଼ମପେଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସମ୍ବାଦିକ ସଙ୍ଘ ର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଅନୁଷ୍ଠାନର ସଭାପତି ଉମାକାନ୍ତ ବେହେରା ସଭାପତିତ୍ୱ କରିଥିଲେ l ମୁଖ୍ୟଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ
କହିବା ସହ ହକି ଯାଦୁଗର ଧ୍ୟାନଚାନ୍ଦ ଙ୍କ ସ୍ମୃତି ଚାରଣ କରିଥିଲେ l ମୁଖ୍ୟବକ୍ତା ଭାବେ ଗଞ୍ଜାମ ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ ଯୋଗଦେଇ କ୍ରୀଡାକ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳ ର ଯୁବ ପ୍ରତିଭା ନିଜ ନିଜ ର ଦକ୍ଷତା ପ୍ରତିପାଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ l ଗଞ୍ଜାମ ପ୍ରେସ୍ କ୍ଳବ କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ସମାଜସେବୀ ସୁବାସ ଚନ୍ଦ୍ର ସାହୁ, ରାଧା ରମଣ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଯୁବ ପ୍ରତଭା ମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ
ଉତ୍ସାହିତ କରିଥିଲେ l ଓ ଜେ ୟୁ ରାଜ୍ୟ ମହିଳା ଆବାହିକା ତଥା ଦିଗଦର୍ଶନ ଅନୁଷ୍ଠାନ ର ସମ୍ପାଦିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ପରାମର୍ଶକ୍ରମେ ଯୁବକ, ଯୁବତୀ ମାନଙ୍କର ପୃଥକ ପୃଥକ ଭାବେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶେଷରେ ବିଜୟୀ ଦଳ ମାନଙ୍କୁ ସିଲ ଓ ସାର୍ଟିପିକେଟ ପ୍ରଦାନ କରାଯାଇଥିଲା l ଯୁବକ ମାନଙ୍କୁ ଅନୁଷ୍ଠାନ ତରଫରୁ ଭଲିବଲ ଓ ନେଟ ପ୍ରଦାନ କରାଯାଇଥିଲା l ଯୁବ ସମାଜସେବୀ ଜେ. ଟିଟୁ ଓ ସି. ଏଚ ପଦ୍ମିନୀ ସମସ୍ତ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ 50 ରୁ ଉର୍ଦ୍ଧ ଯୁବକ ଯୁବତୀ ଉପସ୍ଥିତ ରହିଥିଲେ l
