August 24, 2026

ଗୋବରା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

IMG-20240830-WA0040
Share

 

 

ବେଲଗୁଣ୍ଠା, 30/08, ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଗୋବରା ସମ୍ବାଦ ଘର ତରଫରୁ କ୍ଷତ୍ରିୟବରପୁର ସ୍ଥିତ ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସର ଏବଂ କଣିଆସିଂ ନାଳ ହିଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଗୋବରା ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ସଭାପତିତ୍ୱ ତଥା ସମ୍ବାଦ ସାହିତ୍ୟ ଘର ବ୍ଳକ୍ ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ତଥା ମାଆ ବୁଢାକେନ୍ଦୁ ମନ୍ଦିର ପରିଚାଳନା କମିଟି ସଭାପତି ଦେବୀ ପ୍ରସାଦ ତ୍ରିପାଠୀ,ଯୋଗ ଦେଇ ବୃକ୍ଷରୋପଣର ମହତ୍ଵ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋବରା ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ, ସମ୍ବାଦ ସାହିତ୍ୟ ଘର ସଦସ୍ୟ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ, କରୁଣାକର ବିଷୋୟୀ, ଶିକ୍ଷକ ସିଦ୍ଧାର୍ଥ ଶଙ୍କର ଦଳବେହେରା ,ଅଶୋକ କୁମାର ମଲ୍ଲିକ, ଦୁର୍ଯ୍ୟୋଧନ ବେହେରା,ସମିର ସ୍ୱାଇଁ, ଉଦ୍ଧବ ଖମାରୀ,ବ୍ରହ୍ମାନନ୍ଦ ପ୍ରଧାନ ଏବଂ ଅରୂପ ପଟ୍ଟନାୟକ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କରିଥିଲେ I ଉଭୟ ଉଚ୍ଚ ବିଦ୍ୟାଳୟ ଏବଂ କଣିଆସିଂ ନାଳ ହିଡ଼ରେ ଲେମ୍ବୁ, ଗଙ୍ଗଶିଉଳି,ବଉଳ, ଆମ୍ବ,କଦମ୍ବ,ବାଦାମ, ଆକାଶିଆ,ଛଚିନା ଭଳି 150 ରୁ ଊର୍ଦ୍ଧ୍ଵ ବିଭିନ୍ନ ଔଷଧିୟ ଏବଂ ଫଳ ଚାରା ରୋପଣ କରାଯାଇଥିଲା I ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed