ମାଟିରେ ନିର୍ମିତ ଠାରୁ ପ୍ଲାଷ୍ଟିକ ପ୍ୟାରିସ ରେ ନିର୍ମିତ ଗଣେଶ ମୂର୍ତ୍ତି ଚାହିଦା ବେଶୀ
ରାୟଗଡା ( ନିଜ ପ୍ରତିନିଧି ): ଆଗକୁ ଆସୁଛି ପାର୍ବଣର ଋତୁ ଅଗ୍ରପୂଜ୍ୟ ବିଘ୍ନଵୀନାସନ ଶ୍ରୀଗଣେଶ ଙ୍କ ପୂଜା ଆସନ୍ତା 7 ସେପ୍ଟେମ୍ବର ରେ ହେବାକୁ ଯାଉଛି l ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପ ରେ ଚାଲିଛି ସାଜସଜ୍ଜା ଆରମ୍ବ ହୋଇଯାଇଛି l ରାୟଗଡା ସହର ରେ ବାଙ୍ଗୀୟ କାରିଗର ମାଟିରେ ଗଣେଶ ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ଅନ୍ୟ କେତେକ ବ୍ୟବସାୟୀ ପୋଡ଼ଶୀ ଆନ୍ଧ୍ର ପ୍ରଦେଶ ର ରାଜମହେନ୍ଦ୍ରି ରୁ ପ୍ଳାଷ୍ଟର ପ୍ୟାରିସ ନିର୍ମିତ ମୂର୍ତ୍ତି ଆଣି ବିକ୍ରି କରୁଛନ୍ତି l ରାୟଗଡା ସହର ର ମୁଖ୍ୟରାସ୍ତା କଡ଼ରେ ଗଜପତି ଛକ, ସାରଳା ଛକ, ହାଉସିଂ ବୋର୍ଡ଼ ନିକଟରେ ମୂର୍ତ୍ତି ବ୍ୟବସାୟୀ ମାନେ ବର୍ଷ ବର୍ଷ ଧରି ପ୍ଳାଷ୍ଟର ପ୍ୟାରିସ ରେ ନିର୍ମିତ ଗଣେଶ ମୂର୍ତ୍ତି ବିକ୍ରି କରିଆସୁଛନ୍ତି l ସେ 100 ଟଙ୍କା ରୁ ଆରମ୍ଭ କରି 22 ହଜାର ଟଙ୍କା ର ମୂର୍ତ୍ତି ବିକ୍ରି କରୁଛି ବୋଲି କହିଛନ୍ତି l ଠିକ ସେହିପରି ଜେକେପୁର ନିକଟସ୍ଥ ଅମଲ୍ଲାଭଟା ଗାଁ ର କାରିଗର ମାନେ ମାଟିରେ ଅତିସୁନ୍ଦର ଭାବେ ଗଣେଶ ମୂର୍ତ୍ତି ନିର୍ମାଣ ରେ ନିମଗ୍ନ ଅଛନ୍ତି l ମୂର୍ତ୍ତି କାରିଗର ମାନେ କେଉଁଠି 25 ଫୁଟ ର ମୂର୍ତ୍ତି ନିର୍ମାଣ କରିବାର ଦେଖିବାକୁ ମିଳୁଥିବା ବେଳେ କିଏ ଶିବ ପାର୍ବତୀ ତ କିଏ ବିଭିନ୍ନ ରୂପରେ ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି l ପୂର୍ବପୁରୁଷ ରୁ ଏହି ଗ୍ରାମର କାରିଗର ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପୂଜା ନିମନ୍ତେ ମୂର୍ତ୍ତି ମାନ ନିର୍ମାଣ କରିବା ସହିତ ମାଟି ହାଣ୍ଡି, ଦୀପ, ସରା ଭଳି ବହୁତ ଘୋରେଇ ଉପକରଣ ନିର୍ମାଣ କରି ବେଶ ଲାଭବାନ ହୋଇଥାନ୍ତି କିନ୍ତୁ ଆଜିର ଦିନ ରେ ମାଟି ରେ ନିର୍ମିତ ସାମଗ୍ରୀ ର ଚାହିଦା ରହିଥିଲେ ମଧ୍ୟ୍ୟ ସରକାର ଙ୍କ ପକ୍ଷରୁ କୌଣସି ବଜ଼ାର ବ୍ୟବସ୍ଥା ନଥିବା ରୁ କୁମ୍ଭକାର ପରିବାର ମାନେ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି l ମୂର୍ତ୍ତି ନିର୍ମାଣ ନିମନ୍ତେ ଏକ ସେଡ ର ଦରକାର ଥିବା ନେଇ ଏହି ଗ୍ରାମ ର କାରିଗର ମାନେ ଦାବି କରିଆସୁଛନ୍ତି କିନ୍ତୁ କୌଣସି ରାଜନେତା ପ୍ରସାଶନିକ ଅଧିକାରୀ ଦୃଷ୍ଟି ଦେଉନଥିବା ର ଅଭିଯୋଗ ହେଉଛି l ମୂର୍ତ୍ତି ଗଢ଼ା ଗାଁ ନାମ ରେ ପରିଚିତ ଏହି ଅମ୍ଲାଭଟା ଗାଁ ର କାରିଗର ଙ୍କ ହାତ ଓ ତୂଳୀ ସ୍ପର୍ଶ ରେ ଜୀବିତ ଭଳି ଦେଖାଯାଉଥାଏ ପ୍ରତ୍ୟକ ମୂର୍ତ୍ତି l କିନ୍ତୁ ବର୍ତମାନ ଆଧୁନିକ ଯୁଗ ରେ ମାଟିରେ ନିର୍ମିତ ମୂର୍ତ୍ତି ଠାରୁ ପ୍ଲାଷ୍ଟର ପ୍ୟାରିସ ରେ ନିର୍ମିତ ମୂର୍ତ୍ତି ର ଚାହିଦା ବେଶୀ ଥିବା ରୁ ମାଟିରେ ମୂର୍ତ୍ତି ନିର୍ମାଣ କରୁଥିବା କାରିଗର ବହୁ ଚିନ୍ତା ରେ ରହିଥିବା ର ଦେଖିବାକୁ ମିଳୁଛି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ