କୁଦପାଲି ଡକାୟତି ଘଟଣାରେ ୫ ଜଣ ଡକାୟତକୁ ଗିରଫ କରି କୋର୍ଟ ଚାଳଣ କଲା ଭେଡେନ ପୋଲିସ

ଗତ ଏପ୍ରିଲ 10 ରାତିରେ ଭେଡେନ -କୁଦପାଲି ରାସ୍ତାର ତାଳ ବୁରେଇ ରେ ରହୁଥିବା ଏକା ରହୁଥିବା ବୃଦ୍ଧ/ବୃଦ୍ଧା ସ୍ବାମୀ ସ୍ତ୍ରୀ ଆନ୍ତର୍ଜାମୀ ମେହେର ଓ ତପସ୍ବିନୀ ମେହେ ଙ୍କ ଘରକୁ ଘରଭଡା ବାହାନା ନେଇ ରାତ୍ରି ୯ଟାରେ ଦୁର୍ବୁତ୍ତ ମାନେ ଘରକୁ ପଶି ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗୋଟିଏ ଘରେ ବାନ୍ଧି ଆଲମିରା ଭାଙ୍ଗି ନଗଦ ୪୦ ହଜାର ଟଙ୍କା ୨୫ ଗ୍ରାମ ସୁନା, ୨ଟି ମୋବାଇଲ ସମେତ ଅନେକ ସାମଗ୍ରୀ ଚୋରି କରି ଫେରାର ମାରିଥିଲେ ଉକ୍ତ ଘଟଣାରେ ଭେଡେନ ଥାନା ଅଧିକାରୀ ସୁଶାନ୍ତ ଦାଶ ତଦନ୍ତ ଜାରି ରଖିଥିବାବେଳେ ଉକ୍ତ ଡକାୟଟି ଘଟଣାରେ ଭେଡେନ ପୋଲିସ ଭେଡେନ ଥାନା ବାଞ୍ଜିପାଲି ଗ୍ରାମର ଦୁଷ୍ମନ୍ତ ମେହେରକଂ ସମେତ ବରଗଡ ରେଙ୍ଗାଳପାଲି ଗ୍ରାମର ବଳିଷ୍ଠ ସେଟ,ଭୁବନ ଗରତିଆ,ଜିତେନ୍ଦୀୟ ବନଛୋର ଓ ନୁଆଁ ସରସରାର ତୁଷାର ଭୋଇକୁ ଗିରଫ କରିଛି ଅଭିଯୁକ୍ତମାନେ ଏପ୍ରିଲ ମାସ ୨୩ତାରିକ ରାତିରେ ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଦେଶ ପଥଲ୍ଲା ଗ୍ରାମରେ ହୋଇଥିବା ଡକାୟଟି ଘଟଣାରେ ମଧ୍ୟ ଏମାନକଂ ସଂପୃକ୍ତି ଥିବା ପୋଲିସ ପ୍ରକାଶ କରିଛି! |ଗତ 23 ରାତିରେ ଏମାନେ ଗୀତାଞ୍ଜଳି ସିଂ ଙ୍କ ଘରକୁ ପଶି ପରିବାର ଲୋକଙ୍କୁ ଭୟଭୀତ କରି 5 ହଜାର ଟଙ୍କା ଓ କିଛି ସୁନାର ସାମଗ୍ରୀ ଚୋରି କରିଥିଲେ ଉଭୟ ଡକାୟଟି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି ବୁଧବାର ସନ୍ଦ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ଭେଡେନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି |
