March 10, 2026

ରତ୍ନ ଭଣ୍ଡାର ଓ ଭୋଗ ମଣ୍ଡପ ଫଟୋ ପ୍ରଘଟ ପ୍ରସଙ୍ଗ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଉପରେ ଆଘାତ ଦେଇଛି: ବିଜେଡି

IMG-20250729-WA0032
Share

 

 

( ଦେବାଶିଷ ଦାଶ କ୍କ ରିପୋର୍ଟ )

 

ଏହି ତ୍ରୁଟି ପାଇଁ ଏଏସଆଇ ନିସର୍ତ୍ତ କ୍ଷମା ପ୍ରାର୍ଥନା ମାଗୁ

 

ତ୍ରୁଟି ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଉ

ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ଆଇନ ମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ .

 

ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି ପରର ଫଟୋ ଏଏସଆଇ ଦ୍ୱାରା ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜୁ ଜନତା ଦଳ ଆଜି ଏହାକୁ ଦୃଢ଼ ନିନ୍ଦା କରିଛି।

ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ, ଶ୍ରୀମନ୍ଦିର ଭିତରକୁ କ୍ୟାମେରା ବା କୌଣସି ଇଲେକ୍ଟ୍ରୋନିକ ଗ୍ୟାଜେଟ ନେବା ଆଇନ ଅନୁଯାୟୀ ଅସିଦ୍ଧ ହୋଇଥିବା ବେଳେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ଏଏସଆଇ କିପରି ରତ୍ନ ଭଣ୍ଡାର ଓ ଭୋଗ ମଣ୍ଡପର ପ୍ରବେଶ ଦ୍ୱାରର ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲା, ତାହା ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିରର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ଯୋଗୁ, ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି। ଏହି ଗୁରୁତର ତ୍ରୁଟି ପାଇଁ ଏଏସଆଇ ଅଧିକାରୀ ଜଗନ୍ନାଥ ପ୍ରେମୀଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ଏହି ତ୍ରୁଟି ପାଇଁ ଦାୟୀ ଥିବା ଅଧିକାରୀଙ୍କୁ ନିଲମ୍ବନ କରାଯାଉ। ଏହାଛଡା ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ଆଇନ ମନ୍ତ୍ରୀ ଏହି ତ୍ରୁଟି ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଡ. ଲେଲିନ ମହାନ୍ତି ଦାବୀ କରିଛନ୍ତି।