October 5, 2024

ପିପୁଲ୍ସ କଲେଜର ୪୭ତମ ପ୍ରତିଷ୍ଠା ଦିବସ ପାଳିତ , କଲେଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ , ଅବିସ୍ମରଣୀୟ ଅତୀତ ଓ ଭବିଷ୍ୟତ ପରିଯୋଜନା ସମ୍ପର୍କେ ଆଲୋକପାତ , କୃତି ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ 

Share

 

ବୁଗୁଡ଼ା : ତା ୩୦/୦୭/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଲେଜର ସମ୍ମିଳନୀ କକ୍ଷରେ ଆଇକ୍ୟୁଏସି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଡେପୁଟି ସକ୍ରେଟାରୀ ଡ.କୁଳମଣି ଓଝା , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଦୀପ କୁମାର ସ୍ବାଇଁ , ସମ୍ମାନିତ ଅତିଥି ଭାବେ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଶ୍ଯାମା ପ୍ରସାଦ ମିଶ୍ର ଓ ପିପୁଲ୍ସ କଲେଜ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ ଯୋଗ ଦେଇଥିବା ବେଳେ କଲେଜର ପ୍ରତିଷ୍ଠାତା ସଦସ୍ୟ ଦୟାନିଧି ରାଉତ ଓ ରେବତୀ ମୋହନ ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏ ଅବସରରେ କଲେଜର ପ୍ରାକ୍ତନ ଅଧ୍ଯକ୍ଷ ସ୍ବର୍ଗତ ଉମା ଚରଣ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ସାମୁହିକ ନୀରବ ପ୍ରାର୍ଥନା କରାଯାଇଥିଲା । ଗତ ୧୯୭୮ ମସିହା ଜୁଲାଇ ୩୦ ତାରିଖରେ ପ୍ରତିଷ୍ଠିତ ଉକ୍ତ କଲେଜର ପ୍ରତିଷ୍ଠାତା କାଳୀ ଚରଣ ନାୟକ,ବୀର କିଶୋର ଦାଶ, ସୁଶାନ୍ତ ରାଉତ, ଗୌତ୍ତମ ଜେନା , କାଳୀ ଚରଣ ସ୍ବାଇଁ , ନବଘନ ନାୟକ , ଆଦିକନ୍ଧ ଆରୁଖ ଓ ରାମ ନାରାୟଣ ସାହୁ ପ୍ରମୁଖଙ୍କ ଅବିସ୍ମରଣୀୟ ଅବଦାନ ସମ୍ପର୍କେ ଉପସ୍ଥିତ ପ୍ରତିଷ୍ଠାତା ସଦସ୍ୟ ଦ୍ବୟ ଆଲୋକପାତ କରିଥିଲେ । ଦୀର୍ଘ ୪୬ ବର୍ଷ ମଧ୍ୟରେ କଲେଜର ସାମଗ୍ରିକ ବିକାଶ ସମ୍ପର୍କେ ଆଲୋଚନା ସାଙ୍ଗକୁ ଆଦର୍ଶମୟ ଶୈକ୍ଷିକ ବାତାବରଣ ଏବଂ ପୁନଃ ନାକ୍ ମାନ୍ଯତା ହାସଲ ଦିଗରେ ସଙ୍କଳ୍ପବଦ୍ଧତା ପୂର୍ବକ ସାମୁହିକ ଅଦମ୍ୟ ଉଦ୍ଯମ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ଏଥି ସହ ବୁଗୁଡା ଅଞ୍ଚଳର ଏହି ପ୍ରଥମ କଲେଜର ଅବିସ୍ମରଣୀୟ ଅତୀତ ଏବଂ ପରିକଳ୍ପିତ ଭବିଷ୍ୟତ ସମ୍ପର୍କେ ଆଲୋକପାତ କରାଯାଇଥିଲା । ଏ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନର ଟପ୍ ଟେନରେ ସ୍ଥାନ ପାଇଥିବା ଛାତ୍ରୀ ଶିବା