October 5, 2024

ତିନୋଟି ରେଲୱେ ଯ଼ୋନ ର ରେଳବାଇ ଅର୍ବାନ ବ୍ୟାଙ୍କ୍ ନିର୍ବାଚନ

Share

 

ରାୟଗଡା : ରାୟଗଡା ରେଳବାଇ ଅର୍ବାନ ବ୍ୟାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରେଳବାଇ ଅର୍ବାନ ବ୍ୟାଙ୍କ୍ ନିର୍ବାଚନ

ଏହି ନିର୍ବାଚନ ଦୀର୍ଘ ୧୩ ବର୍ଷ ପରେ ଅନୁଷ୍ଟିତ ହୋଇଥିଲା । ଏହି ନିର୍ବାଚନ ଆଲ୍ ଇଣ୍ଡିଆ ରେଳବାଇ ଫେଡର୍ଶନ ସଦସ୍ୟ ଗୋପାଳ ମିଶ୍ର ଓ ପିକେ ପାଟ୍ଟସାଣିଙ୍କ ନେତୃତ୍ୱରେ ଲୋଡିଥିଲେ । ଏହି ପରିପେକ୍ଷ ରେ ଦକ୍ଷିଣ ପୂର୍ବ, ଇଷ୍ଟ କୋଷ୍ଟ ଓ ଦକ୍ଷିଣ କେନ୍ଦ୍ରୀୟ ତିନୋଟି ଜୋନ କୁ ନେଇ ନିର୍ବାଚନ କରଯାଇଛି । ତିନୋଟି ଜୋନ ଗୁଡ଼ିକ ହେଉଚି ଇଷ୍ଟକଷ୍ଟ ରେଳବାଇ ଭୁବନେଶ୍ୱର, ସାଉଥ୍ ଇଷ୍ଟ ରେଳବାଇ ଖଡଗପୂର, ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳବାଇ ବିଲାସପୁର । ଇଷ୍ଟକଷ୍ଟ ଭୁବନେଶ୍ୱର ଜୋନ ଅଧିନରେ ୧୧ ଗୋଟି ପଦବୀ ପାଇଁ ନିର୍ବାଚନ କରାଯାଇଥିଲା । ସେଥି ମଧ୍ୟରୁ ୯ ଟି ପଦବୀ ଆଲ ଇଣ୍ଡିଆ ରେଳବାଇ ଫେଡର୍ଶନ ସଦସ୍ୟ ମାନେ 9ଟି ପଦବିରେ ବିଜୟ ହାସଲ କରିଛନ୍ତି । ଏହି ତିନୋଟି ଯ଼ୋନ ରୁ ଆଲ ଇଣ୍ଡିଆ ରେଲୱେ ଫେଡ଼ରେସନ ସଦସ୍ୟ 304 ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ବିପକ୍ଷ ଦଳ 237 ସଦସ୍ୟ ନିର୍ବାଚିତ ହୋଇଛନ୍ତି ବୋଲି ଅଶୋକ ପାଢ଼ୀ କହିଛନ୍ତି l

 

ଏହି ବିଜୟ ଲାଭ ପରେ ୟୁନିୟନର ସଦସ୍ୟ ଓ କର୍ମକର୍ତ୍ତା ମାନେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ସଂପାଦକ ବି. ଏମ. କେ. ରେଡ୍ଡୀ, ସହ ସଂପାଦକ ଅଶୋକ ପାଢ଼ୀ, ଗୋବିନ୍ଦ ରାମ୍ ରେଡ୍ଡୀ, ଏମ ପ୍ରକାଶ ରାଓ, ଡି. ବୈରାଗୀ, ଏନ. ସୂର୍ଯ୍ୟନାରାୟଣ , ଏ. ଈଶ୍ୱର ରାଓ ସମେତ ପ୍ରମୁଖ ସଦସ୍ୟ ଏଵଂ କାର୍ଯ୍ୟକର୍ତ୍ତା ଓ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ ।

 

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ