October 5, 2024

ମହିଳାଙ୍କୁ ନିଧୁମ୍ ମାଡ ମାରିଲେ ସରପଞ୍ଚ ଓ ତାଙ୍କ ଶଳା।ମହିଳାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ।ଘଟଣାର ତଦନ୍ତ କରୁଛି ପୋଲିସ୍….

Share

ହଜିଗଲା ମାନ ବିକତା।ସ୍ଥାନ କାଳ ପାତ୍ର ସବୁ ଭୁଲିଗଲେ ପଞ୍ଚାୟତ ପ୍ରତିନିଧି।ଶଳା ଚୁଟି ଧରିଲା ଭିଣେଇ ମାଡ଼ ମାରିଲା।ଜଣେ ମହିଳାଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିଲେ ପଞ୍ଚାୟତର ସରପଞ୍ଚ ଓ ତାଙ୍କ ଶଳା।ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ମଲ୍ଲାସାହି ପଞ୍ଚାୟତ ଅରକ୍ଷିଆ ଗ୍ରାମରେ।ତେବେ ଅରକ୍ଷୀଆ ଗ୍ରାମର ରଞ୍ଜନ ପ୍ରଧାନଙ୍କ ପତ୍ନୀ ଜାନକୀ ନାୟକ ନିଜ ଘର ବରଣ୍ଡାରେ ଛିଡ଼ା ହୋଇ ପୁଅକୁ ପାଠ ପଢ଼ିବା ପାଇଁ କହୁଥିବା ବେଳେ ମଲ୍ଲାସାହି ପଞ୍ଚାୟତର ସରପଞ୍ଚ ଧୃବ ଚରଣ ନାୟକ ଓ ତାଙ୍କ ଶଳା ଶାଗର ରାଉତ ହଟାତ୍ ତାଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରି ଜାନକୀଙ୍କୁ ନିସ୍ତୁକ ଭାବେ ମାଡ଼ ମାରିଥିଲେ।ମାତ୍ର ଜାନକୀ ନାୟକ ଅସୁସ୍ଥ ହେବାରୁ ନିରୁପାୟ ହୋଇ ସ୍ଵାମୀ ରଞ୍ଜନ ତାଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବା ସହ ସ୍ଥାନୀୟ କୁଜଙ୍ଗ ଥାନାର ଦ୍ୱାରସ୍ଥ ଜାନକୀ ନାୟକ ମଲ୍ଲାସାହି ପଞ୍ଚାୟତର ସରପଞ୍ଚ ଧୃବ ଚରଣ ନାୟକ ଓ ଶଳା ଶାଗର ରାଉତଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି।

 

ଅନ୍ୟପଟେ ଘଟଣା ସମ୍ପର୍କରେ ଆମ ପ୍ରତିନିଧି ମଲ୍ଲାସାହି ପଞ୍ଚାୟତର ସରପଞ୍ଚ ଧୃବ ଚରଣ ନାୟକଙ୍କୁ କୁଜଙ୍ଗ ଥାନା ପରିସରରେ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ପ୍ରତିକ୍ରିୟା ରଖିବା ପାଇଁ ମନା କରିଥିଲେ। ତେବେ ମହିଳାଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିଥିବା ମଲ୍ଲାସାହି ପଞ୍ଚାୟତର ସରପଞ୍ଚ ଧୃବ ଚରଣ ନାୟକ ଓ ତାଙ୍କ ଶଳା ଶାଗର ରାଉତଙ୍କୁ କେବେ ଗିରଫ କରୁଛି କୁଜଙ୍ଗ ପୋଲିସ୍ ତାହା ଉପରେ ରହିଛି ସମସ୍ତଙ୍କ ନଜର।(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )