March 10, 2026

ଭାଇଚାରାର ସହର ଜୟପୁର ରେ ମହରମ ଦିବସ ପାଳିତ

IMG-20230730-WA0015
Share

ଭାଇଚାରାର ସହର ଜୟପୁର ରେ ମହରମ ଦିବସ ପାଳିତ
କୋରାପୁଟ,୩୦।୯ ) ( ଉପାନ୍ତ ଓଡିଶା ) କୋରାପୁଟ ଜିଲ୍ଲା ଭାଇଚାରାର ସହର ଜୟପୁର ଠାରେ ଇସଲାମୀୟ ଧର୍ମାବଲମ୍ବୀଙ୍କ ମୋହରମ ଦିବସ ପାଳିତ ହୋଇଯାଇଛି । ଆଜି ମଧ୍ୟାହ୍ନ ୨ଟାରେ ଜୟପୁର ସହରସ୍ଥ ଵାଲିପେଟା ସାହି ନିକଟରୁ ମୁସଲମାନ ସିଆ ଧାର୍ମିକ ସଙ୍ଘଠନର ଏକ ପଦଯାତ୍ରା ଆରମ୍ଭ କରି ଜୟପୁର ମୁନ୍ସିପାଲଟି କାର୍ଯ୍ୟାଳୟ ନିକଟର ପୋଖରୀ ନିକଟରେ ପହଞ୍ଚିଥିଲେ ସେଠାରେ ପୂଜାପାଠ ସହ ବିସର୍ଜନ କରି ନିଜ ନିଜ ଘରକୁ ଫେରିଥିଲେ । ଏହି ଯାତ୍ରାରେ ଛୋଟ ଛୋଟ ଶିଶୁ ମାନଙ୍କଠାରୁ ଆରମ୍ଭ କରି ବୃଦ୍ଧା ବନିତା ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ । ଏହି ଯାତ୍ରା ମାଧ୍ୟମରେ ଧର୍ମ ଓ ଅଧର୍ମର ଯୁଦ୍ଧରେ ଇସଲାମିକ ଗୁରୁ ପ୍ରଫେଟ ମହମ୍ମଦଙ୍କ ବଂଶଜ ଇମାମ୍ ହୁସେନ୍ ଙ୍କ ବଳିଦାନ ଦିବସକୁ ଆଜି ମୋହରମ ରୂପେ ପାଳନ କରାଯାଏ । ଧର୍ମକୁ ରକ୍ଷା କରିବା ପାଇଁ ଇମାମ୍ ହୁସେନ୍ ଓ ତାଙ୍କ ପରିବାରର ବହୁତ ଲୋକ ଜୀବନ ହାରିଥିଲେ କିନ୍ତୁ ଅସତ୍ୟ ର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା ଶାସକ ୟେଜିଦ୍ ଆଗରେ କେବେ ମଥା ପତି ନଥିଲେ । ଆଜି ନିଜ ଧର୍ମ ଗୁରୁଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ ନିଜ ଶରୀରକୁ ନିଜେ ଯନ୍ତ୍ରଣା ଦେବା ସହ ଇସଲାମ ଇତିହାସରେ ଘଟିଯାଇଥିବା ଘଟଣାର ପୁନରାବୃତ୍ତି ନକରିବା ସହ ଭାଇଚାରାର ବଜାୟ ରଖିବାକୁ ସନ୍ଦେଶ ଦେଇଥିଲେ।
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା