March 7, 2026

ପବିତ୍ର ରଥଯାତ୍ରା ମହୋତ୍ସବ ରେ “ମାୟା ମୁକୁର “ପୁସ୍ତକ ଲୋକାର୍ପଣ ଉତ୍ସବ !!

IMG-20250630-WA0037
Share

ଝଙ୍କଡ ::୩୦/୬/୨୦୨୫ ଜଗତସିଂହପୁର ଜିଲ୍ଲାର ବଳଦେବଜୀଉ କ୍ଷେତ୍ର ସିଦ୍ଧଳ ଠାରେ ପବିତ୍ର ରଥଯାତ୍ରା ଅବସରରେ ଏକ ଭବ୍ୟ ସମାରୋହରେ କବି ରବିନାରାୟଣ ମହାନ୍ତି (ଅଜ୍ଞାନାନନ୍ଦ)ଙ୍କ ଦ୍ୱାରା ରଚିତ ପୁସ୍ତକ “ମାୟା ମୁକୁର “ଲୋକାର୍ପିତ ହୋଇଯାଇଛି !ଉକ୍ତ ସାହିତ୍ୟ ସମାରୋହ ଆଞ୍ଚଳିକ ପରିବେଶରେ ଏକ ଆଧ୍ୟାତ୍ମିକ ଓ ବୌଦ୍ଦିକ ବାତାବରଣ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା !ଏହି ସାହିତ୍ୟିକ ସଭାରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ବୈକୁଣ୍ଠ ନାଥ ମିଶ୍ର !ମୁଖ୍ୟ ଅତିଥି ଆସନରେ ବିଶିଷ୍ଟ ଲେଖକ ଡଃ. ସୁରେନ୍ଦ୍ର ନାଥ ତ୍ରିପାଠୀ ଥିବାବେଳେ, ସାମ୍ପ୍ରତିକ ସମାଜରେ ସାହିତ୍ୟର ଗୁରୁତ୍ୱ ଯଥେଷ୍ଟ ପ୍ରଭାବିତ କରିବ ବୋଲି ମତ ରଖିଥିଲେ !ସମ୍ମାନିତ ଅତିଥିଭାବେ ପ୍ରଖ୍ୟାତ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶଶର୍ମା ଯୋଗଦେଇ ପୁସ୍ତକ ର ତାତ୍ତ୍ୱିକ ଦିଗ ଉପରେ ନିଜର ମତାମତ ବର୍ଣ୍ଣନା କରିଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶିଶିର କୁମାର ତ୍ରିପାଠୀ, ସଂଚାଳକ ପ୍ରଫୁଲ୍ଲ କୁମାର ସାହୁ,

ମାର୍ଗଦର୍ଶକ ରାମଚନ୍ଦ୍ର ଦାଶ, ମଞ୍ଚ ପ୍ରତିଷ୍ଠାତା କାଳୀକିଙ୍କର ଆଚାର୍ଯ୍ୟ,ସହକାରୀ ସଂଚାଳକ ରୁଦ୍ର ପ୍ରସନ୍ନ ପତି,ନଗର ଖବର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ କୁମାର ଦାସ ଙ୍କ ସମେତ ଅନିଲ କୁମାର ଦାଶ, ସୁଦର୍ଶନ ଷଢଙ୍ଗୀ,କିରଣ କୁମାର ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁସ୍ତକ ବିଷୟରେ ନିଜନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ !ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ପରିଡା କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ !ଉକ୍ତ ସାହିତ୍ୟ ପୁସ୍ତକ ଉତ୍ସବ କୁ ସ୍ଥାନୀୟ ବୁଦ୍ଧିଜୀବୀ ଜ୍ଞାନୀ ଗୁଣି ବ୍ୟକ୍ତିଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା ! ଏହି ପରିପ୍ରେକ୍ଷୀରେ ଛୋଟଛୋଟ ପିଲାଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇଥିଲା ! ଏହି ପରି କାର୍ଯ୍ୟକ୍ରମ ବାହୁଡା଼ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ପ୍ରଶାସନ ସୂଚନା ପ୍ରଦାନ କରିଥିଲେ !!