March 10, 2026

ଏ ବର୍ଷ ୧,୭୯,୭୯୦ ଚାରା ଯୋଗାଇବ ବୁଗୁଡ଼ା ବନ ବିଭାଗ

IMG-20250630-WA0034
Share

ବୁଗୁଡ଼ା : ତା ୩୦/୦୬/୨୫ : ଚଳିତ ବର୍ଷ ବୁଗୁଡ଼ା ବନ

ବିଭାଗ ତରଫରୁ ୧ ଲକ୍ଷ ୭୯ ହଜାର ୭୯୦ ଚାରା ଯୋଗାଣ

କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେଥି ମଧ୍ୟରୁ ମନରେଗା ଯୋଜନାରେ ୧ ଲକ୍ଷ ୪୦ ହଜାର ଚାରା, ଆଇଜିସି ଏବଂ ଜିଏମଏମ ଉଭୟ ଯୋଜନାରେ ୩୯ ହଜାର ୭୯୦ ଚାରା ଯୋଗାଣର ବ୍ଯବସ୍ଥା ରହିଛି। ଏଥି ନିମନ୍ତେ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ସମେତ ଶୁଳିଆପଲ୍ଲୀ, ଠଣାପଲ୍ଲୀ, କଦମ୍ବମଠ, ବାଘୁଆ, କୁମୁଣ୍ଡା, କଣ୍ଟାବଣି, ମାଣିତରା ଆଦି ସ୍ଥାନରେ ନର୍ସରୀ କରାଯାଇଛି। ଉକ୍ତ ନର୍ସରୀ ଗୁଡିକରେ ଶାଗୁଆନ, କାଜୁ, ଅଅଁଳା, ଚନ୍ଦନ, ନିମ୍ବ, ଅମୃତ ଭଣ୍ଡା, ସଜନା, ରକ୍ତ ଚନ୍ଦନ, ପିଜୁଳି, ବାଉଁଶ ସମେତ ଅନ୍ୟ ପ୍ରକାରର ଚାରା ମଧ୍ୟ ଉପଲବ୍ଧ ରହିଛି। ଜୁଲାଇ ପହିଲାରୁ ଚାରା ଯୋଗାଣର ଶୁଭାରମ୍ଭ ହେବାକୁ ଥିବାବେଳେ ଯେକୌଣସି ଅନୁଷ୍ଠାନ ବ୍ଯତୀତ ଅନ୍ୟମାନଙ୍କୁ ପ୍ରତି ଚାରା ଏକ ଟଙ୍କା ଦରରେ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।