୪ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା : ତା ୩୦/୦୬/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୪ଟି ବିଦ୍ୟାଳୟର ୪ ଜଣ ଶିକ୍ଷୟିତ୍ରୀ ଜୁନ୍ ମାସର ଅନ୍ତିମ ଦିବସରେ ଅବସର ଗ୍ରହଣ କରିଥିବା ବେଳେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ଯରେ ଏକ କାର୍ଯ୍ୟକ୍ରମ ବିଇଓ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଅବସରପ୍ରାପ୍ତା ଶିକ୍ଷୟିତ୍ରୀମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଦଶିପୁର ପ୍ରାଥମିକ ବିଦ୍ୟାଳୟର ଧନ୍ଵନ୍ତରୀ ଦେବୀ ଓ ଘୋଡାପଡା ଅପଗ୍ରେଡ୍ ହାଇସ୍କୁଲର ମିନା କୁମାରୀ ରଥଙ୍କୁ ଫାଇନାଲ ପେନସନ୍ ଅର୍ଡର ଏବଂ ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ଯାପୀଠର ରିତା ବ୍ରହ୍ମା, ବାଲିପଦର ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରମିତା କୁମାରୀ ପଟ୍ଟନାୟକଙ୍କୁ ପ୍ରୋଭିଜନାଲ୍ ଅର୍ଡର ପ୍ରଦାନ କରାଯାଇଥିଲା । ବିଇଓ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏବିଇଓ ଅମିତା କୁମାରୀ ପାଢୀଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ , ଏସ୍ଓ ପ୍ରିୟଦର୍ଶୀ ଦାଶ ଏବଂ ସିଆରସିସିମାନେ ଉପସ୍ଥିତ ରହିଥିଲେ।
