March 11, 2026

ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ…….

IMG-20250630-WA0022
Share

 

ନବରଙ୍ଗପୁର:-୩୦/୦୬/୨୦୨୫ (ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ବିଦ୍ୟାଥି ମହାବିଦ୍ୟାଳୟ, ନବରଙ୍ଗପୁରଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ ଜାତୀୟ ଆଇନ ସେବା ପ୍ରାଧିକରଣର ବିଭିନ ଆଇନ ବିଷୟରେ ତଥା ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଓ ପୀଡିତା ମାନଙ୍କୁ ଦିଆ ଯାଉଥିବା କ୍ଷତୀ ପୂରଣ ସ୍କୀମ-୨୦୧୭ ଓ ମହିଲା ମାନଙ୍କ ଉପରେ ହେଉଥିବା ବିଭିନ୍ନ ଯୌନ ଓ ଅନ୍ୟ ଅପରାଧ-୨୦୧୮, କିଶୋର ନ୍ୟାୟ ଯତ୍ନ ଏବଂ ସୁରକ୍ଷ୍ୟା ଓ ମୌଳିକ ଅଧିକାର ସୁରକ୍ଷା ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ପ୍ରଶନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର,କିଶୋରୀ ପଟ୍ଟନାୟକ, ପାନେଲ ଲଇୟାର, ନବରଙ୍ଗପୁର, ସଦାଶିବ ସାହୁ , ଉପ ଅଧକ୍ଷ, ଜିଲ୍ଲା ଆଇନ ଜୀବି ସଂଘ, ନବରଙ୍ଗପୁର, ରାଖୀ ଜୈନ, ସହାୟକ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ସତ୍ୟନାରାୟଣ ନାୟକ, ଅଧକ୍ଷ, ବିଦ୍ୟାଥି ମହାବିଦ୍ୟାଳୟ, ଓ ପାରା ଲିଗାଲ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟନାରାୟଣ ନାୟକ, ଅଧକ୍ଷ, ବିଦ୍ୟାଥି ମହାବିଦ୍ୟାଳୟ, ନବରଙ୍ଗପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।