July 5, 2024

ଝଙ୍କଡ଼ର ମା ଶାରଳାଙ୍କ ପୀଠରେ ଫାଇନାନ୍ସସିଆଲ ଇନ୍ କ୍ଲୋଜନ୍ ଗ୍ରନ୍ଥ ଉନ୍ମୋଚନ

Share

ଝଙ୍କଡ଼ –ଆର୍ଥିକ ଅନ୍ତର୍ଭୁକ୍ତିକରଣ ର ଗ୍ରାମୀଣ ପରିବାର ଓ ବିଶେଷ କରି ଗ୍ରାମୀଣ ମହିଳା ମାନଙ୍କ ଉପରେ, ମହାପ୍ରଭାବ ଉପରେ ଆଧାରିତ, ୩୦୦ଶହ ପୃଷ୍ଠା ସମ୍ବଳିତ ଏକ ଅମୁଲ୍ୟ ଗ୍ରନ୍ଥ ଫାଇନାନ୍ସସିଆଲ ଇନ୍ କ୍ଲୋଜନ ର ଶୁଭ ଉନ୍ମୋଚନ ଉତ୍ସବ, ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ମାଆ ସାରଳା ଠାକୁରାଣୀ ଙ୍କ ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଏହି ଗ୍ରନ୍ଥକୁ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ, ସିଦ୍ଧବକୁଳ ବେଦୀ ସମୁଖରେ ,ଏହାକୁ ଲୋକାର୍ପଣ କରାଯାଇଥିଲା । ନୟାଗଡ଼ ଜିଲ୍ଲାର ଗଣିଆ ଅଞ୍ଚଳର ସ୍ୱର୍ଗତ ପରୀକ୍ଷିତ ପଟ୍ଟନାୟକ ଓ ମାତା ପ୍ରମିଳା ପଟ୍ଟନାୟକ ଙ୍କ ସୁପୁତ୍ର , ଡ଼ଃ ଆଲୋକ ପଟ୍ଟନାୟକ ଙ୍କ ସମେତ,, ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ପ୍ରହ୍ଲାଦ ମିଶ୍ର ଓ ଡଃ ବିଶ୍ବସ୍ୱରୂପ ମିଶ୍ର ଙ୍କ ମିଳିତ ଆନୁକୂଲ୍ୟରେ ଲିଖିତ ଏହି ପୁସ୍ତକ ଓଡିଶା, ପଡୋଶୀ ରାଜ୍ୟ ତଥା ଆନ୍ତର୍ଜାତୀୟ ଗ୍ରାମୀଣ ଅର୍ଥନୀତି ଉପରେ ଯଥେଷ୍ଟ ତଥ୍ୟଭିତ୍ତିକ ପ୍ରେରଣା ଓ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି, ଉନ୍ମୋଚନ ଉତ୍ସବରେ ନିମନ୍ତ୍ରିତ ଅତିଥି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ଏମ୍ ମ୍ୟାନେଜମେଣ୍ଟ କଲେଜର ପ୍ରଫେସର ଏସ ପି ଦାସ , ଅଶୋକ କୁମାର ମହାନ୍ତି , ପ୍ରବୀଣ କିଶୋର ମହାନ୍ତି , କୃଷ୍ଣଚନ୍ଦ୍ର ଜେନା , ସରିତା ଜୟନ୍ତୀ ପଟ୍ଟନାୟକ , ରିଶାନ୍ ପଟ୍ଟନାୟକ, ଗୀତା ମଞ୍ଜରୀ ମହାନ୍ତି , ସରୋଜିନୀ ମହାନ୍ତି , ସୁଶ୍ରୀ ସଂଗୀତା, ଆଭl ରାଣୀ ଓ ସତ୍ୟଭୂଷଣ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ଉପାଦେୟ ଗ୍ରନ୍ଥ ପାଠକ ତଥା ଗବେଷକ ମାନଙ୍କ ମହଲରେ ଯଥେଷ୍ଟ ଆଦୃତ ହେବ ବୋଲି ମତ ପ୍ରକାଶ କରିଥିଲେ।

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..