July 5, 2024

ଉମରକୋଟ ରେ ରାଜ୍ୟ ସ୍ତରୀୟ ଏଡସ କର୍ମ ଶାଳ। ଅନୁଷ୍ଠିତ, ଏଡ଼ସ ସଂକ୍ରମଣରୁ ସୁରକ୍ଷା ଦେବା ଶିକ୍ଷକଙ୍କ ଗୁରୁ ଦାୟିତ୍ଵ ହେବା ଉଚିତ୍ – ଗଣ ଶିକ୍ଷା ମନ୍ତ୍ରୀ……..

Share

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲା ଉମରକୋଟ ଠାରେ ରାଜ୍ୟ ଏଡ୍ସ ନିୟତ୍ରଣ ସମିତି ଏବଂ ରେଡକ୍ରସର ସହାୟତାରେ ଏକ ଜୋନ ସ୍ତରୀୟ କର୍ମଶାଳା ଉଦ୍ଘାଟନ ହୋଇଯାଇଅଛି । ବିଦ୍ୟାଳୟ ରେ ପଢୁଥିବା କିଶୋର କିଶୋରୀ ବିଦ୍ୟାର୍ଥୀ ମାନଙ୍କୁ ଏଡ୍ସ ପ୍ରତି ସମ୍ବେଦନ ସିଳ କରିବାକୁ ରାଜ୍ୟ ସ୍ତରୀୟ ଶିକ୍ଷୟିତ୍ରୀ, ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଟି୨୯ଜୁନ ୨୦୨୪ରେ ଏସ ଏସ ସରକାରୀ ଉଚ୍ଚ ବିଦ୍ୟାଳୟ ଉମରକୋର ରେ ଓସାକ୍ସ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଜୁନିଅର୍ ରେଡକ୍ରସ ସହଯୋଗ ରେ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନ କରିଥିଲେ । ଏହି ତାଲିମ୍ ଶିବିରରେ ୭ଟି ଜିଲାର ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ , ମାଲକାନଗିରି, ନବରଙ୍ଗପୁର , କଳାହାଣ୍ଡି ଜିଲା ରୁ ମୋଟ ୮୪ ଜଣ ମାଷ୍ଟର ଟ୍ରେନର ଯୋଗ ଦେଇଥିଲେ। ଶିକ୍ଷକମାନଙ୍କୁ ରୋଗ ପ୍ରତି ସମ୍ବେଦନଶୀଳ ଓ ସଚେତନ କରିବାକୁ ବିଦ୍ୟାଳୟର ଶିକ୍ଷୟିତ୍ରି ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଉଦ୍ଦିଷ୍ଟ ଏହି କର୍ମଶାଳା କୁ ଉଦବୋଧନ ଦେଇ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଯୁବ ବର୍ଗ ଙ୍କୁ ଭୟାବହ ଏଡ୍ସ ଠାରୁ ଦୂରେଇ ରଖିବାକୁ ସବୁ ସ୍ତରରେ ସଚେତନ କରିବାକୁ ପ୍ରୟାସ କରାଯିବ। ଏବଂ ରାଜ୍ୟରେ ଷାଠିଏ ହଜାର ରୁ ଅଧିକ ଏଡ୍ସ ସଂକ୍ରମିତ ଥିଲା ବେଳେ ନବରଙ୍ଗପୁର ଜିଲା ମଧ୍ୟ ଏବେ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଏଠି ସତର ହଜାର ରୁ ଅଧିକ ସଂକ୍ରମିତ ରହିଛନ୍ତି।ଆମକୁ ଏବେ ଅଧିକ ସଚେତନ ହେବାକୁ ପଡିବ। ଶିକ୍ଷକ ମନେ ହେଉଛନ୍ତି ମାର୍ଗ ଦର୍ଶକ ସୁସ୍ଥ ଯୁବବର୍ଗ, ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷକ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି।ସମାଜରେ ସଚେତନ କାର୍ଯ୍ୟ ସୁଚାରୁ ରୂପେ କରି ପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲା ଚିକିତ୍ସା ଅଧିକାରୀ ଡ଼.ମଳୟ କୁମାର ବେହେରା,ସ୍ମୃତି ସାଗରୀକା କାନୁନଗୋ ଓସାକ୍ସ ର ସହ ନିର୍ଦେଶକ, ଲକ୍ଷ୍ମଣ ସ୍ୱାଇଁ ରାଜ୍ୟ ଜୁନିୟର ରେଡ଼କ୍ରସ ଅଧିକାରୀ , ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର, ଆଇପି ନବରଙ୍ଗପୁର ପ୍ରଭାତ ପଟନାୟକ, ଜିଲା ଜୁନିୟର ରେଡ଼କ୍ରସ ଅଧିକାରୀ ନାରାୟଣ ପାଇକରାୟ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଅଧକ୍ଷା ନମିତା ମହାପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଦୀପ ମିଶ୍ର ପରିଚାଳନା କରିଥିଲେ । ଓସାକ୍ସ ର ସହ ନିର୍ଦେଶକ ସ୍ମୃତି ସାଗରୀକା କାନୁନଗୋ ରାଜ୍ୟ ଏଡ୍ସ ନିୟଂତ୍ରଣ ସମିତି ଦ୍ୱାରା ଯୁବ ଵର୍ଗଙ୍କ ପାଇଁ କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ଏବଂ ଆଜି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।ଜୁନିଅର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ଏ ଚ ଆଇ ଭି କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ଗୁରୁତ୍ୱପୂର୍ଣ ଏବଂ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲା ଚିକତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କ୍ଲୋଷ୍ଟୋର ପ୍ରୋଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକ ଏବଂ ତାଙ୍କ ଟିମ୍ ସହଯୋଗ କରୁଥିଲେ। ଉକ୍ତ ବିଦ୍ୟାଳୟର କାଉନସିଲର ସଚିନ ସଦ୍ଗୋପନ୍ ସାହୁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଡ଼କ୍ଟର ରେଶମ ଲାଲ ନାୟକ ଶିକ୍ଷକମାନଙ୍କୁ ଏଚଆଇ ଭି ବିଷୟରେ ସମ୍ୟକ ଧାରଣା ଦେବା ସହ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ଉଦଯାପନୀ ଉତ୍ସବ ରେ ଧନ୍ୟବାଦ ଜ୍ଞାପନ କରିଥିଲେ ।