July 8, 2024

ଗଣଶିକ୍ଷ୍ୟା ମନ୍ତ୍ରୀ ଙ୍କୁ ଉମରକୋଟ ପେଣ୍ଡ୍ର।ଣୀ ମହାବିଦ୍ୟାଳୟ ଠାରେ ଭବ୍ୟ ସମ୍ପର୍ଦ୍ଧନ……

Share

  1. ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ )ଆଜି ଉମରକୋଟ ପେଣ୍ଡରଣୀ ମହାବିଦ୍ୟାଳୟ
    ଠାରେ ରାଜ୍ୟ ସରକାର ଙ୍କ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ମହାବିଦ୍ୟାଳୟ ର ସମର ଶିକ୍ଷାର୍ଥୀ ବାହିନୀ ଙ୍କ ତରଫ ରୁ ମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରି ସଭା ସ୍ଥଳକୁ ପ।ଛଟି ନିଆ ଯାଇଥିଲା।
    ଜଣେ ପ୍ରାକ୍ତନ ଛାତ୍ର ଙ୍କୁ ଶିକ୍ଷା ମନ୍ତ୍ରୀ ରୂପେ ନିକଟ ରେ ପାଇଁ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଭାନବିହ୍ୱଳ ହେଇ ଯାଇ ଥିଲେ। ମନ୍ତ୍ରୀ ନିଜ ଅଭିଭାଷଣ ରେ କର୍ତ୍ତବ୍ୟ ପରାୟନତ। କିପରି ମଣିଷ କୁ ସର୍ବୋଚ୍ଚ ସ୍ଥାନ ରେ ପହଞ୍ଚ।ଇପାରେ ସେ ସଂପର୍କ ରେ ନିଜର ଅଭିଜ୍ଞତା ପ୍ରକାଶ କରି ଥିଲେ। ବିଶେଷ କରି ଆଜିର ଯୁବପିଡି ତଥା ଛାତ୍ର ସମାଜ ଚରିତ୍ର ଗଠନ ଉପରେ ପ୍ରାଧାନ୍ୟ ଦେଇ ଥିଲେ। ମହାବିଦ୍ୟାଳୟ ର ନିଜ ଛାତ୍ର ଜୀବନର ସ୍ମୃତି
    ସମ୍ପର୍କ ରେ ଆଲେଚନା କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରି ଥିଲେ। ଅନ୍ୟ ତମ ଅତିଥି ଭାବେ ରାଜ୍ୟ ବିଜେପି ସମ୍ପାଦକ ରମେଶ ଚନ୍ଦ୍ର ସାହୁ ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ କିପରି ଉଚ୍ଚ ସ୍ବପ୍ନ ଦେଖିବା ସହ କିପରି ତାହା ସାକାର ହେବ ପ୍ରେରଣ। ଯୋଗାଇ ଥିଲେ। ଅଧ୍ୟକ୍ଷ ଡ଼ା.ଅନିଲ କୁମାର ମିଶ୍ର ଉପଢୌକନ ପ୍ରଦାନ କରି
    ମନ୍ତ୍ରୀ ଙ୍କୁ ସମ୍ମାନୀତ କରିବା ସହ ଆଗମୀ ଦିନରେ କିପରି ମହାବିଦ୍ୟାଳୟ କୁ ସରକାରି କରଣ କରାଯିବ ସେ ସଂପର୍କ ରେ ଦୃଷ୍ଟି ଆକର୍ଷଣ କରିଥିଲେ। ଡ଼. ରବୀନ୍ଦ୍ର ମିଶ୍ର, ଅଧ୍ୟାପକ ଦିବାକର ପଟ୍ଟନାୟକ, ନିଜ ନିଜ ବହୁ ମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଡ।. ଶେଷାନନ୍ଦ ମିଶ୍ର ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନ। କରିଥିଲେ। ଅଧ୍ୟାପକ ରାମ ଶଙ୍କର ପଟନାୟକ, ପ୍ରୋଦଶ
    କୁମ।ର ପଟନାୟକ , ଜି. ଧର୍ମେନ୍ଦ୍ର, ଚିନ୍ମୟ ରାଉତ, ସମୀର ମହାନ୍ତି, ସୁରଭି ଦାସ, ଅ।ତୁ କିରସ।ନି, ଅଶୋକ କୁଜୁର, ଶ୍ରୀ ମତି ରିତୁ ଦୋରା, ଗାୟତ୍ରୀ ବିଷୋୟୀ, ଓ ଡ. ପ୍ରିୟଙ୍କା ନିଆଲ ପ୍ରମୁଖ କାର୍ଯକ୍ରମ ରେ ଅଂଶ ଗ୍ରହଣ କରିଥିଲେ।