March 11, 2026

ବ୍ରହ୍ମଣ ସମାଜ, କାଶୀନଗରର ବୈଠକ ଅନୁଷ୍ଠିତ

IMG-20240630-WA0187
Share

 

କାଶୀନଗର
ତା 30/6/24

ଆଜି କାଶୀନଗର ସ୍ଥିତ ମଦନ ମୋହନ ମନ୍ଦିର ପ୍ରକୋଷ୍ଠରେ କାଶୀନଗର ବ୍ରହ୍ମଣ ସମାଜ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକରେ ବ୍ରହ୍ମଣ ସମାଜ ସଭାପତି ରଘୁରାମ ସାହୁ ସଭାପତିତ୍ୱରେ ଆରମ୍ଭ ହୋଇ ଥିଲା.
ବ୍ରହ୍ମଣ ସମାଜର କିଛି ସଦସ୍ୟ ମୃତ୍ୟ ବରଣ କରି ଥିବାରୁ ସେମାନଙ୍କ ଆତ୍ମାର ସଦଗତି ପାଇଁ କିଛି ମୁହୂର୍ତ୍ତ ନୀରବ ପ୍ରାର୍ଥନା କରିବା ପରେ ସମ୍ପାଦକ ଆନନ୍ଦ ଚନ୍ଦ୍ର ପାତ୍ର ପୂର୍ବ ଆଲୋଚିତ ବିବରଣୀ ପଠନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ଆଜିକାର ବୈଠକ ରେ କାଶୀନଗର ବ୍ରହ୍ମଣ ସମାଜକୁ କିପରି ସରକାରୀ ରେଜିଷ୍ଟ୍ରିଭୁକ୍ତ କରାଯାଇ ପାରିବ ସେଥିପାଇଁ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ସ୍ଥିର ହୋଇଥିଲା ଏବଂ ଆସନ୍ତା ମାସରେ ହେବାକୁ ଥିବା ରଥ ଯାତ୍ରାରେ ସମସ୍ତ ବ୍ରହ୍ମଣ ସଦସ୍ୟ ଉପସ୍ଥିତ ରହି ରଥ ଯାତ୍ରାରେ ସାହାଯ୍ୟ ଓ ସହଯୋଗ କରି ବାକୁ ନିଷ୍ପତି ନିଆଗଲା. ଏହି ବୈଠକ ରେ ଦୁଇ ଉପସଭାପତି ରାଧାନାଥ ଚୌଧୁରୀ ଓ ଅବସର ପ୍ରାପ୍ତ ଶିକ୍ଷକ ତ୍ରିନାଥ ନାୟକ, ସହ ସମ୍ପାଦକ ଅବସର ପ୍ରାପ୍ତ ଶିକ୍ଷକ ଗୋପୀନାଥ ପାତ୍ର କୋଷାଧକ୍ଷ ରବୀନ୍ଦ୍ର କୁମାର ନାୟକ, ଉପଦେଷ୍ଟା କବିରାଜ ରମାକାନ୍ତ ପାତ୍ର ବୈଠକ ରେ ଅଂଶ ଗ୍ରହଣ କରିଥିଲେ.

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର